ଉତ୍କଳ ବିକାଶ ପରିଷଦର କାର୍ଯ୍ୟକାରିଣୀ ସଦସ୍ୟ ସଂଜୟ ସାହୁଙ୍କ ପିତୃବିୟୋଗ

କଟକ: କଟକ ସଦର କିଶନନଗର ଉପକଣ୍ଠ ବାରଦା ପଂଚାୟତ ଶଗଡିପାଟଣା ଗ୍ରାମର ଯୁବ ସମାଜସେବୀ ସଂଜୟ ସାହୁଙ୍କ ପିତା ଗଜେନ୍ଦ୍ର ନାଥ ସାହୁ(୬୬)ଙ୍କ କର୍କଟ ରୋଗରେ ମୃତ୍ୟୁ ଘଟିଛି। ସ୍ବର୍ଗତ ସାହୁ ଜଣେ ଧର୍ମପରାୟଣ, ସରଳ, ନିଷ୍କପଟ ବ୍ୟକ୍ତି ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସୁପୁତ୍ର ସଞ୍ଜୟ ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର କାର୍ଯ୍ୟକାରିଣୀ ସଦସ୍ୟ, ଗୋସୁରକ୍ଷା ପ୍ରମୂଖ, କଟକ ସଦର ବିଶ୍ବହିନ୍ଦୁ ପରିଷଦ ଆଦି ବହୁ ସଂଗଠନ ସହ ଜଡିତ ହୋଇ ପରିବେଶ ସୁରକ୍ଷା, ସମାଜସେବା, କରୋନା ମହାମାରୀ ସମୟରେ ବିଭିନ୍ନ ସ୍ଥାନ ବିଶୋଧନ କାର୍ଯ୍ୟକ୍ରମ କରି ବହୁ ଜନହିତକର କାର୍ଯ୍ୟକରି ଉଚ୍ଚ ପ୍ରଶଂସିତ ଆଉ ସମ୍ମାନିତ। ସ୍ବର୍ଗତ ସାହୁଙ୍କ ବିୟୋଗରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଉତ୍କଳ ବିକାଶ ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.