ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ଜୋନ୍ ଏବଂ ରାଜ୍ୟ ସ୍ତରୀୟ ନୂତନ କର୍ମକର୍ତ୍ତା ନିର୍ବାଚନ

ଭୁବନେଶ୍ୱର: ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ତଥା ଜଗନ୍ନାଥ ସେବା ସଦନର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ନିଶିଗନ୍ଧାର ପ୍ରତିଷ୍ଠାତା ତଥା ସାରସ୍ୱତ ସଂଗଠକ ବଳରାମ ତରାଇ ଏବଂ ଆବାହକ ମଣ୍ଡଳୀ ଓ ବିଚାରକ ମଣ୍ଡଳୀଙ୍କ ମିଳିତ ସମ୍ମତି ଗ୍ରହଣ କରାଯାଇଥିଲା। ମାର୍ଗଦର୍ଶକ ପ୍ରଫେସର ଡ଼ଃ. ପ୍ରସନ୍ନ ପାଟଶାଣୀଙ୍କ ସମ୍ମତି କ୍ରମେ ଜୋନ୍ ସ୍ତରୀୟ ପୂର୍ବାଞ୍ଚଳ ସଭାପତି ଭାବେ ଛବିରାଣୀ ପତି ଏବଂ ସଂଯୋଜକ ଭାବେ ଅର୍ଚ୍ଚନା ଦାଶ, ପଶ୍ଚିମାଞ୍ଚଳ ସଭାପତି ଭାବେ ଭଗବାନ ଓତା ଏବଂ ସଂଯୋଜକ ଭାବେ ନୀଳମଣି ଥପା, ଉତ୍ତରାଞ୍ଚଳ ସଭାପତି ଭାବେ ହରିହର ଭୁକ୍ତା ଏବଂ ସଂଯୋଜକ ଭାବେ ଗଣେଶ ଚନ୍ଦ୍ର ଜେନା, ଦକ୍ଷିଣାଞ୍ଚଳ ସଭାପତି ଭାବେ ସୁରମା ଦାଶ ଏବଂ ସଂଯୋଜକ ଭାବେ ତପସ୍ୱିନୀ ପଟ୍ଟନାୟକ ମନୋନୀତ ହୋଇଛନ୍ତି। ସେହିପରି ଭାବେ ରାଜ୍ୟ ସ୍ତରୀୟ କାର୍ଯ୍ୟକାରୀ ସମ୍ପାଦକ ଭାବେ ସୁଦୀପ୍ତାରାଣୀ ବିଶ୍ୱାଳ, ସଂଗଠନ ସମ୍ପାଦିକା ରଶ୍ମିତା ବେହେରା, ରାଜ୍ୟ ସହ ସମ୍ପାଦିକା ଯାମିନୀ ଦାଶ, ରାଜ୍ୟ ସହ ସଂଯୋଜକ ତ୍ରିନାଥ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଡ଼ଃ. ଗୀତାଶ୍ରୀ ପ୍ରିୟମ୍ବଦା ଏବଂ ସଂଗଠନ ସମ୍ପାଦିକା ଭାବେ ଅନସୂୟା ଦେବତା ପ୍ରମୁଖଙ୍କ ଜୋନ୍ ଏବଂ ରାଜ୍ୟ କମିଟିର ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ ପାଇଥିବା ଜଣାଯାଇଛି। ନୂତନ କାର୍ଯ୍ୟକର୍ତ୍ତାମାନଙ୍କୁ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ପରିଚାଳନା ସମିତି ପକ୍ଷରୁ ଶୁଭେଚ୍ଛା ଜ୍ଞାପନ ପ୍ରଦାନ କରାଯାଇଅଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.