ଆଜି ରୋଜ‌୍‍🌹ଡେ’; ଜାଣନ୍ତୁ କେଉଁ ରଙ୍ଗର ଗୋଲାପ କି ବାର୍ତ୍ତା ଦିଏ

ଏବେ ଚାରିଆଡ଼େ ଭାଲେଣ୍ଟାଇନ‌୍‍ ସପ୍ତାହର ଉତ୍ସାହ ଓ ଉଦ୍ଦୀପନା। ଭାଲେଣ୍ଟାଇନ‌୍‍ ୱିକ୍‌ ପାଳନର ପ୍ରଥମ ଦିନ ହେଉଛି ରୋଜ‌୍‍🌹ଡେ’। ଏହି ଦିନ ପ୍ରେମର ନିଦର୍ଶନ ସ୍ୱରୂପ ନିଜ ‌ସାଥୀ‍କୁ ଏକ ଲାଲ‌୍‍ ଗୋଲାପ ଦେଇ ପ୍ରେମର ପରିପ୍ରକାଶ କରାଯାଇଥାଏ। କେବଳ ପ୍ରେମର ପ୍ରତୀକ ଭାବେ ନୁହେଁ, ବନ୍ଧୁତା ଓ ସୁସ୍ଥତା କାମନା କରି ବିଭିନ୍ନ ରଙ୍ଗର ଗୋଲାପ ଦିଆଯାଇଥାଏ। ରୋଜ‌୍‍ ଡେ’ ଅବସରରେ ଆସନ୍ତୁ ଜାଣିବା କେଉଁ ରଙ୍ଗର ଗୋଲାପ କି ବାର୍ତ୍ତା ଦେଇଥାଏ।

ଧଳା ଗୋଲାପ

Omkar Vasthu
Omkar Vasthu

ଧଳା ଗୋଲାପର ଅର୍ଥ ହେଲା- ନୂଆ ସଂପର୍କର ଆରମ୍ଭ। ଧଳା ଗୋଲାପ ଶୁଦ୍ଧତା, ସରଳ ପଣିଆ ଓ ବିନମ୍ରତା ପ୍ରତୀକ। ସଂପର୍କଟିଏ ଆରମ୍ଭ କରିବାକୁ, କୌଣସି ବ୍ୟକ୍ତି ସହ ଶତ୍ରୁତା ସମାପ୍ତ କରି ବନ୍ଧୁତା ଆରମ୍ଭ କରିବାକୁ ଧଳା ଗୋଲାପ ଫୁଲର ବ୍ୟବହାର କରାଯାଇଥାଏ।

Pearl dental clinic
Near Ashish Medical Store, Bhawanipatna

ଲାଲ ଗୋଲାପ

Udyog Nursery
Udyogi Nursery

ଲାଲ୍ ଗୋଲାପ ଚିରନ୍ତନ ପ୍ରେମର ପ୍ରତୀକ ବୋଲି କୁହାଯାଏ। କେହି କାହାକୁ ଭଲ ପାଉଥିଲେ, ଲାଲ ଗୋଲାପ ଦେଇ ମନର ଅକୁହା କଥା କହିପାରିବେ। ବିଶେଷକରି ସ୍ୱାମୀ ସ୍ତ୍ରୀ କିମ୍ବା ପ୍ରେମିକ ପ୍ରେମିକାଙ୍କ ଭିତରେ ଲାଲ୍ ଗୋଲାପ ଆଦାନପ୍ରଦାନର ପରମ୍ପରା ରହିଛି।

ଗୋଲାପୀ ରଙ୍ଗର ଗୋଲାପ

କାହାକୁ ପ୍ରଶଂସା ବା କୃତଜ୍ଞତା ଜଣାଇବାକୁ ପିଙ୍କ୍‌ ଗୋଲାପ ଦିଆଯାଏ। ବେଷ୍ଟ ଫ୍ରେଣ୍ଡ, ଭାବିପତ୍ନୀ ବା ଭାବି ସ୍ୱାମୀ, ପରିବାର ସଦସ୍ୟ, କାହାକୁ ମଧ୍ୟ ଏହି ଗୋଲାପ ଆପଣ ଦେଇପାରିବେ।

କମଳା ରଙ୍ଗର ଗୋଲାପ

ଅରେଞ୍ଜ ଗୋଲାପ ବା କମଳା ରଙ୍ଗର ଗୋଲାପ ଉତ୍ସାହର ପ୍ରତୀକ ବୋଲି ବିବେଚନା କରାଯାଏ। ଆପଣ କାହାର କାମକୁ ନେଇ ଗର୍ବିତ ଥିଲେ ତାଙ୍କୁ ଅରେଞ୍ଜ କଲର୍ ଗୋଲାପ ଦିଅନ୍ତୁ। ଦୁହଁଙ୍କ ମଧ୍ୟରେ ସମ୍ପର୍କ ସ୍ଥାୟୀ କରିବା ଲାଗି ପ୍ରତୀକ ରୂପେ ଏହାକୁ ଦେଇପାରିବେ।

ହଳଦିଆ ଗୋଲାପ

ହଳଦିଆ ଗୋଲାପ ବନ୍ଧୁତ୍ୱର ପ୍ରତୀକ ଭାବେ ବ୍ୟବହାର କରାଯାଏ। ବନ୍ଧୁଙ୍କୁ ହଳଦିଆ ଗୋଲାପ ଦେଇ ବନ୍ଧୁତା ଆରମ୍ଭ କରାଯାଇଥାଏ। ଖୁସି, ଆନନ୍ଦ ଓ ସକରାତ୍ମକ ଚିନ୍ତାଧାରାର ପ୍ରତୀକ ହେଲା ହଳଦିଆ ରଙ୍ଗର ଗୋଲାପ। ଏହି ରଙ୍ଗର ଏକ ଫୁଲଗୁଚ୍ଛ ଦେଇ ଗେଟ୍ ୱେଲ୍‌ ସୁନ୍‌ ବା ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ପରି ବାର୍ତ୍ତା ପଠାଇପାରିବେ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.