ମେ’ ୨୦ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନରେ ରହିଲା ମୁଣ୍ଡା ଗାଁ

ଲାଞ୍ଜିଗଡ଼: ସପ୍ତାହ ମଧ୍ୟରେ ୨୩ଜଣ କରୋନା ଆକ୍ରାନ୍ତ ହେବାପରେ ଲାଞ୍ଜିଗଡ ବ୍ଲକ କମର୍ଦ୍ଧା ପଞ୍ଚାୟତର ମୁଣ୍ଡା ଗାଁର ଗୌଟିଆପଡ଼ା ଓ ହରିଜନ ପଡା କଣ୍ଟେନମେଣ୍ଟ ଜୋନ୍ ଏବଂ ପାତ୍ର ପଡାକୁ ବଫର ଜୋନ୍ ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ତଥା ବ୍ଲକ ପ୍ରଶାସନ ନିର୍ଦ୍ଦେଶରେ କମର୍ଦ୍ଧା ପଞ୍ଚାୟତ କର୍ତ୍ତୃପକ୍ଷ ମୁଣ୍ଡା ଗାଁରେ ବ୍ୟାରିକେଟ ନିର୍ମାଣ କରିଛନ୍ତି।


କମର୍ଦ୍ଧା ସରପଞ୍ଚ କାନ୍ତି ପାତ୍ର, ପଞ୍ଚାୟତ ନିର୍ବାହି ଅଧିକାରୀ ଗୌରାଙ୍ଗ ମାଝୀ, ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ତଥା କମର୍ଦ୍ଧା ସମିତି ସଭ୍ୟ ଜଗଦୀଶ ବେନିଆଁ, ସିକେରକୁପା ଫାଣ୍ଡି ଅଧିକାରୀ ସୁବାଷ ଗୁରୁ ପ୍ରମୁଖ କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳ ବୁଲି ଦେଖିବା ସହିତ ଲାକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଏନେଇ ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୋନ୍ନାଙ୍ଗାଙ୍କୁ ପଚାରିବାରୁ ମେ ୧୪ ତାରିଖ ଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ମୁଣ୍ଡା ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ବୋଲି ପ୍ରକାଶ କରିଛନ୍ତି।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.