ଲାଞ୍ଜିଗଡ଼: ଲାଞ୍ଜିଗଡ଼ ସ୍ଥିତ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟ ଠାରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ସ୍କୁଲ ଶିକ୍ଷକ ତଥା ୟୁକୋ କ୍ଳବର ମୁଖ୍ୟ ଜିତେନ୍ଦ୍ର କୁମାର ବାରିକଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମମତାଞ୍ଜଳି ହୋତା ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତା ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ବିଦ୍ୟାଳୟର ପରିସରରେ ବୃକ୍ଷ ରୋପଣ କରିଥିଲେ। ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ହୋତା ପୃଥିବୀରେ ହେଉଥିବା ବିଭିନ୍ନ ବନ୍ୟା, ବାତ୍ୟା, ଘୂର୍ଣ୍ଣିବଳୟ ଆଦି ପ୍ରାକୃତିକ ବିପର୍ଯ୍ୟୟର ଆଶୁ ସମାଧାନ ବୃକ୍ଷ ରୋପଣ ଦ୍ୱାରା ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in