କଳାହାଣ୍ଡି ବିଶ୍ବବିଦ୍ୟାଳୟରେ ଅର୍ଥଶାସ୍ତ୍ର ବିଭାଗ ପକ୍ଷରୁ ଜାତୀୟ ଆଲୋଚନାଚକ୍ର

ଭବାନୀପାଟଣା: କଳାହାଣ୍ଡି ବିଶ୍ବବିଦ୍ୟାଳୟର ଅର୍ଥଶାସ୍ତ୍ର ବିଭାଗରେ “କରୋନା ମହାମାରୀ କାୟାରେ ଅସୁରକ୍ଷିତ ଦାଦନ ଶ୍ରମିକଙ୍କ ଜଗତୀକରଣରେ ଭାରତ” ପ୍ରସଙ୍ଗରେ ଏକ ଭର୍ଚୁଆଲ୍ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଫେସର ଦୀପକ କୁମାର ମିଶ୍ର, ଆଞ୍ଚଳିକ ବିକାଶ ଗବେଷଣା କେନ୍ଦ୍ର, ସାମାଜିକ ବିଞାନ ବିଭାଗ ଜବାହାର ନେହେରୁ ବିଶ୍ବ ବିଦ୍ୟାଳୟ ନୂଆଦିଲ୍ଲୀରୁ ମୁଖ୍ୟ ଆଲୋଚକ ତଥା ଗବେଷକ ଭାବେ ଯୋଗଦେଇଥିଲେ। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ। ଏହି ଆଲୋଚନାଚକ୍ରର ଆବାହକ ତଥା ଅର୍ଥଶାସ୍ତ୍ର ବିଭାଗର ମୁଖ୍ୟ ଡ. ଶେଷଦେବ ସୁନା ସ୍ବାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଲୋଚନାଚକ୍ରକୁ ଉଦଘାଟନ କରିଥିଲେ ରେଜିଷ୍ଟ୍ରାର ପଦ୍ମଲୋଚନ ଭୁଏ। ଏଥିରେ ସାରା ଭାରତବର୍ଷର ୨୦୦ରୁ ଅଧିକ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଗବେଷକ ଯୋଗଦାନ କରିଥିଲେ। ଏହି ଆଲୋଚନା ଚକ୍ରର କେନ୍ଦ୍ରବିନ୍ଦୁ ତଥା ଗବେଷକ ପ୍ରଫେସର ମିଶ୍ର ଦେଶ ବିଦେଶରେ ଅସୁରକ୍ଷିତ ଶ୍ରମିକମାନଙ୍କ ପ୍ରାଧାନ୍ୟକୁ ଗୁରୁତ୍ୱ ଦେଇ ବିସ୍ତାର ରୂପେ ଆଲୋଚନା କରିଥିଲେ। ଏହାକୁ ଜଗତୀକରଣରେ ଭାରତର ଭୂମିକା ସହ କେବିକେ ଅଞ୍ଚଳର ଦାଦନ ଶ୍ରମିକ ମାନଙ୍କର ସ୍ଥିତି ସମୀକ୍ଷା ବିଷୟରେ ଆଲୋକପାତ କରି ସମସ୍ୟାର ସମାଧାନ ଦିଗରେ ଅଭିଭାଷଣ ରଖିଥିଲେ। ପରେ କାର୍ଯ୍ୟକ୍ରମର ଆଲୋଚକ ଓ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଏକ ପ୍ରଶ୍ନୋତ୍ତରୀ ପର୍ବ ହୋଇଥିଲା। ଏହାକୁ ସୁନ୍ଦରଭାବେ ତୁଲାଇଥିଲେ ବାଣିଜ୍ୟ ବିଭାଗର ମୁଖ୍ୟ ତଥା ସଂଯୋଜକ ଆସିଷ୍ଟାଣ୍ଟ ପ୍ରଫେସର ହଳଧର ସାହୁ । ଧନ୍ୟବାଦ ଭାଷଣ ଦେଇଥିଲେ ସହ-ଆବାହକ ସୁବ୍ରତ କୁମାର ତ୍ରିପାଠୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.