ସୋସିଆଲ ମିଡିଆରେ ଜାତିଆଣ ଆକ୍ଷେପ ଅଭିଯୋଗ ନେଇ ବାମସେଫ୍ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ରାୟଗଡ, (ଶିବ ନାରାୟଣ ଗୈାଡ): ସର୍ବଭାରତୀୟ ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ ସଂପ୍ରଦାୟ ଏମ୍ଳୋଇଜ୍ ଫେଡେରେସନ୍ (ବାମସେଫ) ଅନୁଷ୍ଠାନ ପକ୍ଷରୁ ମହାମହୀମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ତଫସିଲଭୁକ୍ତ ଜାତିଙ୍କୁ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହେବା ସହ ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି । ଗତ ଅଗଷ୍ଟ ୩ତାରିଖରେ ଜିଲ୍ଳା ପ୍ରଶାସନ ତରଫରୁ ରାୟଗଡ ସହରରେ ଥିବା ଧର୍ମାନୁଷ୍ଠାନଗୁଡିକ ଖୋଲିବା ନେଇ ଧର୍ମଯାଜକମାନଙ୍କ ସହ ସ୍ଥାନୀୟ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ତହସିଲଦାର ଏବଂ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମଧ୍ୟ ଜିଲ୍ଳା ପ୍ରଶାସନ ତରଫରୁ ଯୋଗ ଦେଇଥିଲେ । ତେବେ ସୋସିଆଲ ମିଡିଆର ଏକ ୱାଟସଅପ୍ ଗ୍ରୁପ ‘ପ୍ରେସ ୟୁନିୟନ ନ୍ୟିୁଜ ରାୟଗଡ’ରେ ଏହି ବୈଠକ ସମ୍ବନ୍ଧୀତ ବାର୍ତା ସଂଧ୍ୟାରେ ପୋଷ୍ଟିଂ କରାଯାଇଥିଲା । ଏହି ବାର୍ତାକୁ ନେଇ ରାୟଗଡ ଜିଲ୍ଳା ମନେରଗା ଲୋକପାଳ ଲକ୍ଷ୍ମୀନାରାୟଣ ପାଢୀ କିଛି ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ କରାଯାଇଛି ।

Omkar Vasthu
Omkar Vasthu


ରାୟଗଡ ଜିଲ୍ଳାରେ ସର୍ବଧର୍ମକୁ ସମ୍ମାନ ଜଣାଇ ଜିଲ୍ଳାବାସୀ ଏକ ହୋଇ ରହିଥିବା ବେଳେ ଗୋଟିଏ ନିର୍ଦ୍ଦିଷ୍ଟ ସଂପ୍ରଦାୟ ପ୍ରତି ଜାତିଆଣ ଆକ୍ଷେପ କରିବା ଜଣେ ଅଧିକାରୀଙ୍କ ଠାରୁ ଆଶା କରାଯାଉନାହିଁ ତେଣୁ ଯଥାଶୀଘ୍ର ଉକ୍ତ ଅଧିକାରୀଙ୍କୁ ତାଙ୍କ ପଦବୀରୁ ବହିଷ୍କୃତ କରିବା ସହ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବାମସେଫ୍ ପକ୍ଷରୁ ଦାବି କରାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ବାମସେଫର ରାୟଗଡ ଜିଲ୍ଳା ଶାଖା ସଭାପତି ଅଭିମନ୍ୟୁ କନ୍ଧପାଣି, ଅତିରିକ୍ତ ସାଧାରଣ ସଂପାଦକ ପୁରୁନ୍ଦର ପାଣି, ଜିଲ୍ଳା ସଂଯୋଜକ ଜର୍ନାଦ୍ଦନ ଗରଡା, ଉପଦେଷ୍ଠା କମିଟିର ଜଳନ୍ଧର ପୁଶିକାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.