ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ୍ ଶିଶୁ ବିକାଶ ବିଭାଗ ପକ୍ଷରୁ ଗର୍ଭବତୀ ଓ ପ୍ରସୂତି ଓ କିଶୋରୀ ବାଳିକାମାନଙ୍କୁ ନେଇ ଅନେକ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ବର୍ତମାନ ଗର୍ଭବତୀ ପ୍ରସୂତି ମହିଳା ମାନେ କିଭଳି ନିଜେ ସଚେତନ ରହିବେ ସେନେଇ ମଧ୍ୟ ଅନେକ ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରସୂତି ମହିଳାମାନେ କିଭଳି ତାଙ୍କ ନବଜାତ ଶିଶୁକୁ ସ୍ତନ୍ୟପାନ କରାଇବେ ସେ ନେଇ ଲାଞ୍ଜିଗଡ଼ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ମୂଷାନାଳ ଠାରେ ପାଳନ କରାଯାଇଛି। ବିଶ୍ଵ ସ୍ତନ୍ୟପାନ ସପ୍ତାହରେ ପ୍ରସୂତି ଓ ଗର୍ଭବତୀ ମହିଳା ଓ ଅନେକ ସ୍ବଂୟସୟାଗୋଷ୍ଠିର ମହିଳାମାନଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରିଥିଲା କିଭଳି ନବଜାତ ଶିଶୁକୁ ସ୍ତନ୍ୟପାନ କରାଯିବ ସେନେଇ ଏଥିରେ ସଚେତନତା କରାଯାଇ ଥିଲା କରୋନା କଟକଣାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ବର୍ତମାନ ଏହି କରୋନା ପାଇଁ କିଭଳି ନିଜ ନବଜାତ ଶିଶୁକୁ ସେମାନେ ସ୍ତନ୍ୟପାନ ଖୁଆଇବେ ପ୍ରଥମ ନିଜ ହାତ ଧୋଇବା ଏବଂ ପରିସ୍କାର ପରିଛନରଖି ନିଜ ନବଜାତ ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ମୂଷାନାଳ କ୍ଲଷ୍ଟର ସଯୋଜିକା ନିରୁପମା ଦିପ ଏଥିରେ ନେତୃତ୍ୱ ନେଇ ଏହି ବିଶ୍ଵ ସ୍ତନ୍ୟପାନ ସପ୍ତାହ ଆୟୋଜନ କରିଥିବା ବେଳେ ଏଥିରେ ଅଙ୍ଗନବାଡ଼ି କର୍ମୀ ଡାଳିମ୍ବ ସାହୁ ଏବଂ ପଞ୍ଚାୟତରେ କାର୍ଯ୍ୟାରତ ଥିବା ବିଭିନ୍ନ ଅଙ୍ଗନବାଡ଼ି କର୍ମୀ ଓ ଆସା କର୍ମୀ ମାନେ ସହଯୋଗ କରିଥିଲେ। ଏହାକୁ ଲାଞ୍ଜିଗଡ଼ ସିଡିପିଓ ମୀନା କୁମାରୀ ପାତ୍ର ବିଭିନ୍ନ ଅଞ୍ଚଳକୁ ଯାଇ ତଦାରଖ କରୁଥିବା ଜଣାପଡିଛି।
ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in