କେସିଙ୍ଗା,୧୯|୮ (ବର୍ଦ୍ଧମାନ ଜୈନ): ‘ରକ୍ତଦାନ ମହତ ଦାନ’ ଏହାକୁ କାର୍ଯ୍ୟରେ ପରିଣତ କରି ସମାଜକୁ ସଚେତନତାର ବାର୍ତ୍ତା ପ୍ରଦାନ କରି ଆସୁଛନ୍ତି କେସିଙ୍ଗାର ବିଶିଷ୍ଟ ସମାଜସେବୀ ଅନୁପ କୁମାର ଜୈନ। ଓଡ଼ିଶା ଜୈନ ସମାଜର ମହାମନ୍ତ୍ରୀ ଭାବେ ଅବସ୍ଥାପିତ ଶ୍ରୀ ଜୈନ ସବୁବେଳେ ଅବହେଳିତ, ଦୁଃଖିରଙ୍କି ଓ ଆବଶ୍ୟକତା ଅନୁଭବ କରୁଥିବା ଲୋକଙ୍କୁ ସାହାଯ୍ୟ ସହଯୋଗ କରି ସହରର ଏକ ଚର୍ଚ୍ଚିତ ଚେହେରା ଭାବେ ପରିଚିତି ଲାଭ କରିଛନ୍ତି। ଅନେକ ସମୟରେ ରକ୍ତଦାନ କରି ଆସୁଥିବା ଶ୍ରୀ ଜୈନ ଆଜି ମଧ୍ୟ ରକ୍ତଦାନ କରିଛନ୍ତି। ରକ୍ତଦାନ କରିବାପରେ ମନ ମଧ୍ୟରେ ଅପାର ଶାନ୍ତି ଲାଭ ହୋଇଥିବା ସେ ପ୍ରକାଶ କରିଛନ୍ତି।