ଅଠରନଳା ଘାଟି ଠାରେ ମା’ ଘାଟି ମୁଣ୍ଡିଆଣୀ ଦେବୀଙ୍କ ଡଙ୍ଗର ଯାତ୍ରା ସମ୍ପନ୍ନ

କୋକସରା, ୨୫|୮ (ହିରଣ୍ୟ ବେହେରା): ଜନସାଧାରଣଙ୍କ ଆସ୍ଥା ଓ ବିଶ୍ବାସର ପ୍ରତିକ ମା’ ଘାଟି ମୁଣ୍ଡିଆଣୀ ସର୍ବମଙ୍ଗଳା ଦେବୀଙ୍କ ଡଙ୍ଗର ଯାତ୍ରା ପାରମ୍ପରିକ ରିତି ନୀତି ଅନୁକ୍ରମେ ପାଳିତ ହୋଇଯାଇଛି। କୋକସରା ବ୍ଲକ ଗୋତମୁଣ୍ଡା ସିମାନ୍ତ ସାହାଜଖୋଲ ଜଙ୍ଗଲ ପାଦଦେଶରେ ଥିବା ଅଠରନଳା ଘାଟି ଠାରେ ଥିବା ଦେବୀଙ୍କ ଆସ୍ଥାନରେ ଏହି ପର୍ବ ଆୟୋଜିତ ହୋଇଥିଲା। ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାର ପରବର୍ତ୍ତୀ ମଙ୍ଗଳବାର ଦିନ ଏହି ଯାତ୍ରା ପାଳିତ ହୋଇଥାଏ। ବିଶ୍ୱାସ ରହିଛି, ଏହି ଯାତ୍ରା ପାଳନ କଲେ ଭଲ ବର୍ଷା ହେବା ସହ ଚାଷ ମଧ୍ୟ ଭଲ ହୋଇଥାଏ। ଦେବୀଙ୍କ ରାସ୍ତାଦେଇ ଗମନା ଗମନ କରୁଥିବା ପଥିକ ମାନଙ୍କୁ ମଧ୍ୟ କୌଣସି ଅସୁବିଧା ହୁଏ ନାହିଁ ବୋଲି ବିଶ୍ୱାସ ରହିଛି। ଗ୍ରାମବାସୀଙ୍କ ଗହଣରେ କାଳିସୀ ଓ ଗ୍ରାମ ପୁଝାରୀ ଗୋତୋମୁଣ୍ଡା ଗ୍ରାମରୁ ପ୍ରାୟ ୩ କି.ମି. ରାସ୍ତା ଚାଲିଚାଲି କାଲିସି ଓ ଲାଠି ଯାତ୍ରାରେ ବାହାରି ଥାନ୍ତି। ଦେବୀଙ୍କ ଆସ୍ଥାନରେ ପହଞ୍ଚିବା ପରେ ପୂର୍ବ ନିର୍ଦ୍ଧାରିତ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥାଏ। ଦେବୀଙ୍କ ନିକଟରେ ଶୁକ୍ଳ ଭୋଗ ସହ ପାରା, କୁକୁଡା ଓ ବୋଦା ବଳି ଦେଇ ଭକ୍ତ ଓ ଶ୍ରଦ୍ଧାଳୁମାନେ ନିଜର ମାନସିକ ପୂରଣ କରିଥାନ୍ତି। ତେବେ ପଶୁପକ୍ଷୀଙ୍କ ରକ୍ତରେ ଦେବୀଙ୍କ ପୀଠ ରକ୍ତରଞ୍ଜିତ ହୋଇଥାଏ। ଏହି ଡଙ୍ଗର ଯାତ୍ରାରେ ପଡୋଶୀ ରାଜ୍ୟ ଛତିଶିଗଡ, ବସ୍ତର ଓ ନବରଙ୍ଗପୁର ଜିଲ୍ଲାରୁ ଶତାଧିକ ଶ୍ରଦ୍ଧାଳୁ ଆସିଥାନ୍ତି। ତେବେ କରୋନା କଟକଣା ଯୋଗୁଁ ବିଗତ ୨ ବର୍ଷ ହେବ ବିଧିରକ୍ଷା ପାଇଁ ମା’ ଙ୍କ ପୂଜାର୍ଚ୍ଚନା ସିମିତ ସେବାୟତଙ୍କୁ ନେଇ ପାଳିତ ହେଉଛି। ଚଳିତ ବର୍ଷ କୋଭିଡ କଟକଣା କୋହଳ ହେବା ଫଳରେ ମା’ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣି ଡଙ୍ଗର ଯାତ୍ରାରେ କିଛି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ମା’ ସର୍ବ ମଙ୍ଗଳାଙ୍କ ପୁଝାରୀ ମନୋହର ପୁଝାରୀ ଦେବୀଙ୍କ ସମସ୍ତ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଗୋତମୁଣ୍ଡା ଗ୍ରାମର ଗଣା ଉପେନ୍ଦ୍ର ବାଗ, ଦେବିସିଂ ମାଝୀ, ଅଖିଲ ମାଝୀ, ହେମନ୍ତ ମାଝୀ, ପୂର୍ଣ୍ଣଚନ୍ଦ୍ର ନାଏକ, ଭରତ ପୂଝାରି, ଯଦୁମଣୀ ଦୁର୍ଗା, ରତନ ମାଝୀ, ହିମାଂଚଳ ପୁଝାରି, ବଲରାମ ମାଝୀ, ମୁକୁନ୍ଦ ନାଗେସ, ଲାଷ୍ମୀଧର ପଟେଲ, ବିଦ୍ୟାଧର ଖରସେଲ, ହରିହର ବାଗ, ପାର୍ଥବ ମାଝୀ, ପୂର୍ଣ୍ଣଚନ୍ଦ୍ର ନାଏକ ନିରଞ୍ଜନ ବାଗ ପ୍ରମୁଖ ଏହି ଘାଟିମୁଣ୍ଡିଆଣି ଡଙ୍ଗର ଯାତ୍ରାରେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଅବସରରେ ଶ୍ରଦ୍ଧାଲୁମାନେ ମା’ଙ୍କ ପାଖରେ ଶୁକ୍ଲଭୋଗ ସହ ରକ୍ତଭୋଗ ଅର୍ପଣ କରି ନିଜର ମାନସିକ ପୁରଣ କରିଥିଲେ। ପ୍ରତିବର୍ଷ ଭଲି ଚଳିତ ବର୍ଷ ମଧ୍ୟ ଯାତ୍ରା ଶାନ୍ତି ସୃଙ୍ଖଳାର ସହ ଦେବୀଙ୍କ ଯାତ୍ରା ସଂପନ୍ନ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.