ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ଭର୍ଚୁଆଲ ସାହିତ୍ୟ ଆଲୋଚନା ଚକ୍ର

ବାଲେଶ୍ଵର, ୨୯|୮: ବାଲେଶ୍ଵର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ସାହିତ୍ୟିକ କବି ବନ୍ଧୁ ପରିବାର’ ପକ୍ଷରୁ ଏକ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ନିରନ୍ତର ଚାଲି ଆସୁଥିବା ଭର୍ଚୁଆଲ ଆସର କ୍ରମରେ ଶନିବାର ସନ୍ଧ୍ୟାରେ ଏହା ଆୟୋଜିତ ହୋଇଥିଲା। ଅନୁଷ୍ଠାନର ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଆସରରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ସିନ୍ଧେଦେବୀ ମହାବିଦ୍ୟାଳୟର ଅଧ୍ୟାପକ ରବି ଶତପଥୀ ଯୋଗଦେଇ ସାହିତ୍ଯ କାହିଁକି ପଢିବା? ସାହିତ୍ଯରୁ କ’ଣ ମିଳେ? ସାହିତ୍ଯ ଜୀବନରେ କି ପରିବର୍ତ୍ତନ ଆଣେ? ସାହିତ୍ଯରୁ ସମ୍ପର୍କ ବା ପରିଚୟ ଇତ୍ୟାଦି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଏହାସହ ‘ସାହିତ୍ୟ ସମ୍ପର୍କ ସ୍ଥାପନ କରି ଏକ ନୂଆ ପରିଚୟ ଦିଏ ଓ ଖୁସି ଆନନ୍ଦ ଆଣେ’ ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଶତପଥୀ ଖୁବ ସୁନ୍ଦର ଭାବରେ ସାହିତ୍ୟର ପରିଭାଷା ବର୍ଣ୍ଣନା କରିଥିଲେ।

Omkar Vasthu
Omkar Vasthu

ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକ ସଭାପତିଙ୍କ ସମ୍ଭାଷଣ ପ୍ରଦାନ କରିଥିବାବେଳ ବିପିନ ବିହାରୀ ବାରିକ ଓମକାର ନାଦ ଓ ନିରଞ୍ଜନ କରଣ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାହିତ୍ୟିକ ରଞ୍ଜନ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା ଏବଂ ରତିନାରାୟଣ ରାଉତ ଶାନ୍ତି ପାଠ କରିଥିଲେ। ଆଲୋଚନା ପରେ ରଞ୍ଜନ କୁମାର ମହାନ୍ତିଙ୍କ ସଂଯୋଜନାରେ ଓ ନିରୁପମା ପତିଙ୍କ ସଞ୍ଚାଳନରେ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। ଉକ୍ତ ଆସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୪୦ରୁ ଉର୍ଦ୍ଧ୍ବ ବାଗ୍ମୀ ସ୍ରଷ୍ଟା ଯୋଗଦେଇ ନିଜର ସ୍ଵରଚିତ କବିତା ପାଠ କରିଥିଲେ। ପରିଶେଷରେ ବିଶିଷ୍ଟ ସାହିତ୍ୟିକା ସ୍ନିଗ୍ଧା ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.