ଧର୍ମଗଡ଼ ବ୍ଲକ ଯୁବ ଯାଦବ ମହାସଭା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଧର୍ମଗଡ, ୩୧|୮ (ଲବଣୀ ରାଉତ): ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ଅବସରରେ ଧର୍ମଗଡ଼ ବ୍ଲକ ଯୁବ ଯାଦବ ମହାସଭା ତରଫରୁ ଆଜି ବଡ଼ଘୁମର ପଞ୍ଚାୟତର ଖୁଟୁଲୁଗୁଡା ଗ୍ରାମଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି। ଧର୍ମଗଡ଼ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଲବଣୀ ରାଉତଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ କାର୍ତ୍ତିକ ଛତ୍ରୀଆ, ଇଚ୍ଛାପୁର ଆଞ୍ଚଳିକ ଯାଦବ ସମିତି ସମ୍ପାଦକ ଅରକ୍ଷିତ ଭଇଁସାଳଙ୍କ ସମେତ ନିରାକାର ଗୋପାଳ, ଅନନ୍ତ ଗୋପାଳ, ସୁଧୀର ଗୋପାଳ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ୧୦୦ରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.