ନର୍ଲାରୋଡ ଷ୍ଟେସନ୍ ରାସ୍ତା ବେହାଲ

● କାହିଁକି ନିର୍ମିତ ହୋଇ ପାରୁନି ନୂଆ ରାସ୍ତା ?

କଳାହାଣ୍ଡି, ୪|୯ (ଲିଙ୍ଗରାଜ ମିଶ୍ର): ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ବ ହୋଇଗଲାଣି ନର୍ଲାରୋଡର ରେଳ ଷ୍ଟେସନ ରାସ୍ତା କାମ ହୋଇନି । ଅନ୍ୟ ସିଜନ ରେ ତ ଯାହିତାହି ଭାବରେ ଚଳି ଯାଉଛି । କିନ୍ତୁ ବର୍ଷା ଦିନରେ ନର୍ଲାରୋଡ ଷ୍ଟେସନ ରାସ୍ତାର ଅବସ୍ଥା ବେହାଲ ହୋଇପଡୁଛି । ବର୍ଷା ଦିନରେ ନର୍ଲାରୋଡ ରେଳ ଷ୍ଟେସନକୁ ଯିବା ରାସ୍ତାଟି କୃତ୍ରିମ ଜଳାଶୟ ପାଲଟିଛି । ଇଏ ଆଜିର ସମସ୍ୟା ନୁହଁ । ଦୀର୍ଘ ୩୦ ବର୍ଷ ଧରି ଏହି ସମସ୍ୟା ଭୋଗି ଆସୁଛନ୍ତି ନର୍ଲାରୋଡ ରେଳ ଷ୍ଟେସନକୁ ଆସୁଥିବା ଆଗନ୍ତୁକ ଓ ସ୍ଥାନୀୟ ବାସିନ୍ଦା ମାନେ । କଳାହାଣ୍ଡି ଜିଲ୍ଲା ନର୍ଲାରୋଡ ରେଳଷ୍ଟେସନ ଉପରେ ଅନ୍ୟୁନ ୨୦ ରୁ ଉର୍ଦ୍ଧ୍ୱ ଗ୍ରାମର ଲୋକେ ନିର୍ଭର କରିଥାନ୍ତି । ଗୋଟିଏ ପଟେ ଦେପୁର, ଛତିକୁଡା ଠାରୁ ଆରମ୍ଭ କରି ଅନ୍ୟପଟେ ମ.ରାମପୁର କର୍ଲାମୁଣ୍ଡା ପର୍ଯ୍ୟନ୍ତ ଲୋକେ ବିଭିନ୍ନ ସ୍ଥାନକୁ ରେଳ ଯୋଗେ ଯାତାୟତ ପାଇଁ ଆସିଥାନ୍ତି ନର୍ଲାରୋଡ ରେଳ ଷ୍ଟେସନକୁ। ଷ୍ଟେସନ୍ ସମ୍ମୁଖସ୍ଥ ୩୦ ମିଟର ରାସ୍ତା ରେଳ ବିଭାଗର ହୋଇଥିବାରୁ ଉକ୍ତ ରାସ୍ତାଟିକୁ ପିଚୁ କରି ଠିକ୍ ଭାବରେ ରଖିଛି ରେଳବାଇ ବିଭାଗ । ହେଲେ ନର୍ଲା-ସିକେରକୁପା ମୁଖ୍ୟ ରାସ୍ତାଠାରୁ ରେଳ ଷ୍ଟେସନ୍ ପର୍ଯ୍ୟନ୍ତ ୬୦ ମିଟର ରାସ୍ତା ଖାଲଖମାରେ ଭର୍ତ୍ତି ହେବା ସହ ବର୍ଷାହେଲେ କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି । ଅନ୍ୟପକ୍ଷେ ନର୍ଲାରୋଡ ଷ୍ଟେସନକୁ ଅନୁମାନ କଲେ ଏଇଠି ଅଟୋ, ରିକ୍ସା ଓ ଟ୍ୟାକ୍ସିର ସଂଖ୍ୟା ଖୁବ୍ ବେଶୀ । ଏହି ପରିପ୍ରେକ୍ଷୀରେ ଯାତ୍ରୀ ଷ୍ଟେସନକୁ ଏହି ଗାଡି ଗୁଡିକ ମାଧ୍ୟମରେ ଆସୁଥିବା ବେଳେ ସତେ ଯେମିତି ଲାଗେ ଏବେ କି ଆଉ ଟିକକରେ ଗାଡି ଓଲଟି ପଡିବ ବୋଲି ଏବଂ ଏହି ଖାଲଖମା ପୂର୍ଣ୍ଣ ରାସ୍ତା ପାଇଁ ଅନେକ ଥର ଅଟୋ ଓଲଟି ଯାତ୍ରୀ ଗୁରୁତର ଆଘାତ ପ୍ରାପ୍ତ ହୋଇଥିବା ମଧ୍ୟ ନଜୀର ରହିଛି । ଅବଶ୍ୟ କୋଭିଡ କଟକଣା ଯୋଗୁଁ ନର୍ଲାଟ୍ରେନ ଚଲାଚଳ ବନ୍ଦ ହୋଇଥିବାରୁ ଟିକେ ରକ୍ଷା ହୋଇଛି । ହେଲେ ଏହି ରାସ୍ତାଟି ପ୍ରାଇଭେଟ୍ ପ୍ଲଟ୍ ହୋଇଥିବାରୁ ଗ୍ରାମ ପଞ୍ଚାୟତ ତରଫରୁ ମଧ୍ୟ ରାସ୍ତା ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଇ ପାରୁନଥିବା ଜଣାପଡିଛି ।

Omkar Vasthu
Omkar Vasthu


ରାସ୍ତାର ଦୁଇପଟେ ରହିଛି ଭଡାଘର । ଭଡାଘରେ ରହୁଥିବା ପରିବାର ଓ ରେଳ ଷ୍ଟେସନକୁ ଆସୁଥିବା ଯାତ୍ରୀ ସବୁଦିନେ ହନ୍ତସନ୍ତ ହୋଇ ନାହିଁ ନଥିବା ଅସୁବିଧା ସମ୍ମୁଖିନ ହେଉଥିବାର ଦୃଶ୍ୟମାନ ହେଉଛି । ଆଉ ହୋଟେଲ ଓ ଚା, ପାନ ଦୋକାନ ଗୁଡିକ ଏହି ରାସ୍ତା ଦୁଇକଡେ ଭରପୁର ରହିଛି । ଅବଶ୍ୟ କରୋନା କଟକଣା ଯୋଗୁଁ ନର୍ଲାରୋଡ ଷ୍ଟସନ ରେ ମାତ୍ର ଦୁଇଗୋଟି ଟ୍ରେନ ସମ୍ବଲପୁର ଇଣ୍ଟର ସିଟି ଓ ପାସେଞ୍ଜର ଟ୍ରେନର ହିଁ ରହଣୀ ରହିଛି । ଆଗରୁ ୧୪ ଗୋଟି ଟ୍ରେନର ରହଣୀ ଥିଲା ଓ ପ୍ରବଲ ଯାତ୍ରୀ ଗହଳି ରହୁଥିଲା । ଗତ ଦୁଇ ବର୍ଷ ତଳେ ନର୍ଲାରୋଡ ଗ୍ରାମବାସୀ ଜୀବନ ବିକଳରେ ଏହି ରାସ୍ତାଟି ଉପରେ କିଛି ମାଟି, ମୁରୁମ୍, ବାଲି ଓ ପଥରଗୁଣ୍ଡ ନିଜ ଖର୍ଚ୍ଚରେ ପକାଇ ଅଳ୍ପ ଟିକେ ମରାମତି କରି ଚାଲିବା ଯୋଗ୍ୟ କରିଥିଲେ । ଏହି ରାସ୍ତାଟିର ମରାମତି ପାଇଁ ସର୍ଗିଗୁଡା ଗ୍ରାମ ପଞ୍ଚାୟତକୁ ଜନସାଧାରଣ ଅନୁନୟ, ବିନୟ ହୋଇ ଲେଖିଲେ ମଧ୍ୟ ଏହି ରାସ୍ତାଟି ପ୍ରାଇଭେଟ୍ ପ୍ଲଟ୍ ହୋଇ ରହିଥିବାରୁ ଗ୍ରାମ ପଞ୍ଚାୟତ ତରଫରୁ ନିର୍ମାଣ ପାଇଁ କିଛି ପଦକ୍ଷେପ ନିଆଯାଇ ପାରୁ ନଥିବା ସର୍ଗିଗୁଡା ସରପଞ୍ଚ ନରସିଂହ କୁମାର ପ୍ରକାଶ କରିଛନ୍ତି । ରେଳ ଯୋଗେ ଅନେକ ଆଗନ୍ତୁକ ନର୍ଲାରୋଡ ଷ୍ଟେନରେ ଓହ୍ଲାଇଥାନ୍ତି । ହେଲେ ନର୍ଲାରୋଡ ଭଳି ସ୍ଥାନରେ ଏଭଳି ରାସ୍ତାକୁ ଦେଖି ଏଠିକାର ପ୍ରଶାସନିକ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ଆଗନ୍ତୁକ ।

Pearl dental clinic
Near Ashish Medical Store, Bhawanipatna


ନର୍ଲାରେ ତିନିଗୋଟି ବ୍ୟାଙ୍କ୍, ବ୍ଲକ୍ ଅଫିସ୍, ଆର୍ଡି ଅଫିସ୍, ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର, ପୋଲିସ୍ ଷ୍ଟେସନ, ସ୍କୁଲ, କଲେଜ, ଆଦର୍ଶ ବିଦ୍ୟାଳୟ, ଜିଲ୍ଲାର ଏକମାତ୍ର କେନ୍ଦ୍ର ସରକାରଙ୍କ ନବୋଦୟ ବିଦ୍ୟାଳୟ, ଗୋଷ୍ଠି ସାଧନ କେନ୍ଦ୍ର, ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ତହସିଲ ଅଫିସ୍, ରେତ ଜଳସେଚନ କେନାଲ ଅଫିସ୍, ଅଗ୍ନିଶମ ବିଭାଗ ଅଫିସ୍, ଜିଲ୍ଲା କୃଷି ଅଫିସ୍, ଭେଟନାରି ଅଫିସ୍ ଭଳି ପ୍ରଭୃତି ଗୁରୁତ୍ୱ ପୂର୍ଣ୍ଣ ଅଫିସ୍ ଗୁଡିକ ରହିଛି । ଏବେ ନର୍ଲାରେ ତୃତୀୟ ରେଳଲାଇନ କାମ ଚାଲିଥିବା ବେଳେ ରେଳ ଇଞ୍ଜିନ କାରଖାନା ପାଇଁ ମଧ୍ୟ ସର୍ଭେ ଚାଲିଛି । ଅଞ୍ଚଳର ସମସ୍ତେ ନର୍ଲାରୋଡ ରେଳଷ୍ଟେସନ୍ ଉପରେ ନିର୍ଭର କରିଥାନ୍ତି ଟ୍ରେନ୍ ଯୋଗେ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯିବାପାଇଁ । କାହିଁ ୬୦ ବର୍ଷରୁ ଉର୍ଦ୍ଧ୍ୱ ହୋଇଗଲାଣି ନର୍ଲାରୋଡ ରେଳ ଷ୍ଟେସନକୁ ଏହି ରାସ୍ତା ଖଣ୍ଡିକ ହିଁ ମୁଖ୍ୟ ରାସ୍ତା ଭାବରେ ବ୍ୟବହୃତ ହୋଇ ଆସୁଛି । ନର୍ଲା ରୋଡ ପ୍ରତି ଅତି ଲଜ୍ୟାର ବିଷୟ ଯେ ପାର୍ବତ୍ୟ ଅଞ୍ଚଳର ଖାଲଢିପରେ ଗଲାଭଳି ନର୍ଲାରୋଡ ରେଳ ଷ୍ଟେସନକୁ ଯିବାକୁ ପଡୁଛି । ଯାହା ଅତି ଦୁର୍ଭାଗ୍ୟଜନକ ବୋଲି ନର୍ଲାର ବୁଦ୍ଧିଜିବୀ ମାନେ ମତବ୍ୟକ୍ତ କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.