ମୁଣ୍ଡାଗାଁରେ ହାତୀ ଉପଦ୍ରବ, ନଷ୍ଟ ହେଉଛି ହେକ୍ଟର ହେକ୍ଟର ଫସଳ

● ହାତୀ ଘଉଡ଼ାଇବାର ବ୍ୟବସ୍ଥା ସହ କ୍ଷତି ପୁରଣ ପାଇଁ ଦାବୀ କଲେ ଚାଷୀ

ଲାଞ୍ଜିଗଡ଼, ୫|୯: ନର୍ଲା ରେଞ୍ଜରେ ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ଏହି ରେଞ୍ଜ ତଥା ଲାଞ୍ଜିଗଡ଼ ବ୍ଲକ ଅଧିନସ୍ଥ ମୁଣ୍ଡାଗାଁରେ ହାତୀପଲ ହେକ୍ଟର ହେକ୍ଟର ଫସଳ ନଷ୍ଟ କରୁଥିବା ଦେଖାଯାଇଛି। ଚାଷୀ ବିଭୂତି ଭୂଷଣ ତାଣ୍ଡି ଅଭିଯୋଗ କରିଛନ୍ତି ଯେ, ଗତକାଲି ରାତିରେ ହାତୀପଲ ତାଙ୍କର କପା ଓ ମକା ଫସଲ ନଷ୍ଟ କରିଛନ୍ତି। କିଛିଦିନ ପୂର୍ବରୁ ତାଙ୍କର ଲକ୍ଷାଧିକ ଟଙ୍କାର ଆମ୍ବ ଗଛ ହାତୀ ନଷ୍ଟ କରିଦେଇଥିଲେ। ନର୍ଲା ରେଞ୍ଜ ର ପାର୍ଶ୍ଵବର୍ତ୍ତୀ ଅନେକ ଗାଁକୁ ହାତୀପଲ ଅନୁପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ପ୍ରାୟ ସମୟରେ ଅନେକ ଚାଷୀଙ୍କ ଫସଲ ହାତୀ ନଷ୍ଟ କରୁଥିବାରୁ ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖାଦେଇଛି। ତେଣୁ ବନବିଭାଗ ହାତୀ ଜଗୁଆଳିଙ୍କ ଦ୍ୱାରା ହାତୀପଲଙ୍କୁ ଅନ୍ୟତ୍ର ଘଉଡ଼ାଇବା ପାଇଁ ଚାଷୀମାନେ ଦାବି କରିଛନ୍ତି। ଏହାସହ ବନ ବିଭାଗ ଏହାର ତଦନ୍ତ କରି କ୍ଷତି ପୂରଣ ପ୍ରଦାନ ପାଇଁ ଚାଷୀ ବିଭୂତି ଭୂଷଣ ତାଣ୍ଡି ଅନୁରୋଧ କରିଛନ୍ତି।

Omkar Vasthu
Omkar Vasthu

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.