କୋକସରା ବ୍ଲକକୁ ସଂପୂର୍ଣ୍ଣ ମରୁଡି ଘୋଷଣା ଦାବିକଲା ସଚେତନ କୃଷକ ମଞ୍ଚ

କୋକସରା, ୯|୯ (ହିରନ୍ୟ ବେହେରା): କୋକସରା ବ୍ଲକରେ ସ୍ୱଳ୍ପ ବର୍ଷା ଯୋଗୁଁ ଚଳିତ ବର୍ଷର ଖରିଫ ଧାନ ଚାଷ ପ୍ରଭାବିତ ହୋଇଛି। ବ୍ଲକର ଅନେକ ଚାଷଜମିରେ ରୁଆ ବେଉଷଣ ଆଜି ପର୍ଯ୍ୟନ୍ତ ସରିନାହିଁ। ମେଗାଲିଫ୍ଟ କେନାଲ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ କୋକସରା ବ୍ଲକର ଅନେକ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ପରିଚାଳନା ତ୍ରୁଟି ଯୋଗୁଁ ପାଣି ମାଡୁନାହିଁ। ତେଣୁ କୋକସରା ବ୍ଲକକୁ ମରୁଡି ଘୋଷଣା ଦାବି କରିଛି କୋକସରା ସଚେତନ କୃଷକ ମଞ୍ଚ। ମଞ୍ଚର ଆବାହକ ଶିବ ପ୍ରସାଦ ପ୍ରଧାନୀଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଜଗନ୍ନାଥ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କୋକସରା ତହସିଲଦାର ମନୋଜ କୁମାର ପାଢୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା। କୃଷକ ମଞ୍ଚର ୧୬ ଦଫା ପ୍ରମୂଖ ଦାବି ମଧ୍ୟରେ କୋକସରା ବ୍ଲକଙ୍କୁ ସଂପୂର୍ଣ୍ଣ ମରୁଡି ଘୋଷଣା କରାଯାଉ। ସମସ୍ତ ବର୍ଗର ଖିଲାପି ଋଣ ଓ ଅଣ ଖିଲାପି ଋଷୀଙ୍କର ଚଳିତ ବର୍ଷ ସଂପୂର୍ଣ୍ଣ ଭାବରେ ଛାଡ କରାଯାଉ। ଅକ୍ଷମ ଉଠା ଜଳସେଚନ ପଏଣ୍ଟ ଗୁଡିକୁ କାର୍ଯ୍ୟକ୍ଷମ କରାଯାଉ। ଭାଙ୍ଗିଯାଇଥିବା କେନାଲ ବନ୍ଧ ମାନଙ୍କୁ ମରାମତି କରାଯାଉ। ଚାଷୀମାନଙ୍କୁ ମାଗଣାରେ ଆବଶ୍ୟକ ଔଷଧପତ୍ର ପାଣିପମ୍ପ ଏବଂ ରବି ଫସଲ କୀଟ ନାଶକ ଯୋଗାଇ ଦିଆଯାଉ। ଗଭୀର କୂଅ ଖନନ କରିବା ପାଇଁ ଆଗ୍ରହୀ ଥିବା ଋଷୀମାନଙ୍କୁ ଖନନ କରିବା ପାଇଁ ପ୍ରୋତ୍ସାହନ ଦିଆଯାଉ ତଥା ସୌର ଓ ବିଦ୍ୟୁତ ଗଳିତ ଶକ୍ତି ଯୋଗାଣ ବ୍ୟବସ୍ଥା କରାଯାଉ। ଇନ୍ଦ୍ରାବାତୀ ଉଠା ଜଳସେଚନ କେନାଲରୁ ଚାଷି ସୁବିଧାରେ ପାଣି ପାଇ ପାରୁନାହାନ୍ତି ତେଣୁ ଆଉଟ ପଏଣ୍ଟ ସବୁ ଉପଯୁକ୍ତ ସ୍ଥାନରେ ସ୍ଥାପନ କରାଯାଉ। ଯଥେଷ୍ଟ ରାସାୟନିକ ସାରର ଯୋଗାଣ ଏବଂ ସୁଷମ ବଣ୍ଟନର ସୁ ବ୍ୟବସ୍ଥା କରାଯାଉ। ଚାଷି ମାନଙ୍କର ଖଜଣା ଓ ଜଳକର ସଂପୂର୍ଣ୍ଣ ରୂପେ ଛାଡ କରାଯାଉ। କୋଭିଡ-୧୯ରେ ପ୍ରଭାବିତ ଋଷୀମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉ । ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ୩୦୦୦ ଟଙ୍କାକୁ ବୃଦ୍ଧି କରାଯାଉ। ଆଗାମୀ ଦିନରେ ମଣ୍ଡିର ସୁପରିଚାଳନା ସହିତ କଟନୀଛନୀ କୁ ବନ୍ଦ କରାଯାଉ। କୃଷକ ମାନଙ୍କ ପାଇଁ ଶସ୍ୟବୀମା ପ୍ରିମିୟମ୍ ପୈଠ ତାରିଖ ୧୫ ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ଚଳିତ ୨୦୨୧ – ୨୨ ଶିକ୍ଷା ବର୍ଷ ପାଇଁ ଛାତ୍ରଛାତ୍ରୀମାନଙ୍କ ସମସ୍ତ ଫିଜ୍ ଛାଡ କରାଯାଉ। ଘରୋଇ କମ୍ପାନୀ ବଦଳରେ ସରକାରୀ ସଂସ୍ଥା ଦ୍ବାରା ଶସ୍ୟ ଆକଳନ କାର୍ଯ୍ୟ କରାଯାଉ। ପୂର୍ବରୁ କୋକସରାଠାରେ ଏକ ସାର ଯୋଗାଣ ଫେଡେରେସନ୍ ଗୋଦମଗୃହ ରହିଥିଲା ବର୍ତ୍ତମାନ ପୁନଶ୍ଚ ସେହି ଗୋଦାମର ସ୍ଥାପନ କରାଯାଇ ସାର ମହଜୁଦ୍ ରଖୁବାର ବ୍ୟବସ୍ଥା କରାଯିବା ପାଇଁ ଦାବି ରହିଛି। ଏଥିରେ ମିନିକେତନ ପ୍ରଧାନୀ, ଜଗବନ୍ଧୁ ମାଝୀ, ଧବଳେଶ୍ବର ନାଗ, ମନୋଜ ନାଏକ, ପଂଚକ ପୋଢ଼, ତ୍ରିଭୁବନ ନାଏକ, ବିନୋଦ ରାଉତ, ସହଦେଵ ପଟ୍ଟନାୟକ, ଅରବିନ୍ଦ ପଟ୍ଟନାୟକ, ରମେଶ ଦୁର୍ଗା, ଅଶୋକ ଅଗ୍ରୱାଲ, ତ୍ରିନାଥ ଶବର, ନବୀନ ପ୍ରଧାନୀ, ଗରୁଡ ଧ୍ଵଜ ମାଝୀ, ମୁକୁନ୍ଦ ପଟ୍ଟନାୟକ, ନାରାୟଣ ପଟ୍ଟନାୟକ, ଜୟଲାଲ ନାଏକ, କେଶବ ଚନ୍ଦ୍ର ନାଏକ, ମଣିଜର ପୋଢ଼, ପ୍ରହଲ୍ଲାଦ ଚଣ୍ଡିଙ୍କ ସମେତ କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.