ଜେ.ଜି. ସମାଜ ସଶକ୍ତିକରଣ ପକ୍ଷରୁ ଜନ ସଚେତନତା ଓ ଛତା ବଣ୍ଟନ କାର୍ଯ୍ୟକ୍ରମ

ଲାଞ୍ଜିଗଡ଼, ୯|୯: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ରୋଡ଼ ଗ୍ରାମ ପଞ୍ଚାୟତ ସ୍ଥିତ ଦୁର୍ଭଟା ଗ୍ରାମ ଠାରେ ଜେ.ଜି. ସମାଜ ସଶକ୍ତିକରଣ ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଘର ମୁଖ୍ୟ ସମ୍ପାଦିକା କୁମାରୀ ଶିବାନୀ ଗଉଡ଼ଙ୍କ ନେତୃତ୍ୱରେ ଗ୍ରାମରେ ପ୍ରାୟ ୪୦ରୁ ଉର୍ଦ୍ଧ୍ବ ଗରିବ ଲୋକ ମାନଙ୍କୁ ଛତା ବଣ୍ଟନ କରାଯାଇଛି। ଜେ.ଜି. ସମାଜ ସଶକ୍ତିକରଣ ସଂଘର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଯୋଜନା ଗୁଡ଼ିକୁ ଜନସାଧାରଣଙ୍କ ପାଖକୁ ପହଞ୍ଚାଇବା ଏବଂ ସମାଜର ଅବହେଳିତ, ଅନାଥ, ବିଧବା, ବୃଦ୍ଧ, ବୃଦ୍ଧା ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗ ଲୋକଙ୍କୁ ସମସ୍ତ କ୍ଷେତ୍ରରେ ସାହାଯ୍ୟ କରିବା। ନିର୍ଯାତିତ ମାନଙ୍କୁ ଆଶ୍ରୟ ଦେବା, ପ୍ରତ୍ୟେକ ଗ୍ରାମ ସ୍ତରରେ ମହିଳା ମାନଙ୍କୁ ସୁସଂଗଠିତ କରି ଆତ୍ମା ନିର୍ଭରଶୀଳ କରିବା, କୁପୋଷିତ ଶିଶୁ ମାନଙ୍କୁ ପୋଷାକ, ଖାଦ୍ୟ ଯୋଗାଇବା। ପ୍ରତ୍ୟେକ ଗ୍ରାମ୍ୟ ସ୍ତରରେ ପିଲାମାନଙ୍କ ପାଇଁ ଏବଂ ନିରକ୍ଷର ବୟସ୍କ ମାନଙ୍କ ପାଇଁ ଶିକ୍ଷା କେନ୍ଦ୍ର ଖୋଲିବା। ପ୍ରତିଭାଶାଳୀ ପିଲା ମାନଙ୍କୁ ଚିହ୍ନଟ କରି ପ୍ରତିଭା ବିକଶିତ ହେବାରେ ସାହାଯ୍ୟ କରିବା। ସ୍ଥାନେ ସ୍ଥାନେ ଶିବିର ମାନେ ଆୟୋଜନ କରି ଜାତି ପ୍ରଥା ଭିତ୍ତିକ ଅସ୍ପୃଶ୍ୟତା ଦୂର କରିବା। ବାଲ୍ୟବିବାହ, ଶିଶୁ ଶ୍ରମିକ, ଯୈାତୁକ ପ୍ରଥା ନିତି ଗୁଡ଼ିକୁ ସମାଜରୁ ନିବୃତ୍ତି କରିବା। ଆଜିର ଏହି କାର୍ଯ୍ୟକ୍ରମରେ ଉପରୋକ୍ତ ବିଷୟବସ୍ତୁକୁ ନେଇ ଜନସାଧାରଣଙ୍କୁ ବିଷଦ ଭାବେ ବୁଝାଇଥିଲେ ସଂଘର ସମ୍ପାଦିକା ଶିବାନୀ ଗଉଡ଼। କାର୍ଯ୍ୟକ୍ରମରେ ସଂଘର ମୁଖ୍ୟ ଲେଖିକା ଡାଳିମ୍ବ ଘଡେ଼ଇ, ସୁମନୀ ଗଉଡ଼, ହୃଦୟା ଗଉଡ଼, ସରିତା ଲୋହରା, ଜସ୍ମିତା ହରିଜନ, ତରୁଲତା ହରିଜନ, ରାଜୀବ ହରିଜନ, ବିଶ୍ଵନାଥ ହରିଜନ, ସମେତ ଗ୍ରାମର ଶତାଧିକ ଲୋକ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.