କଳାହାଣ୍ଡିରେ ସମ୍ଭାବ୍ୟ ମରୁଡ଼ି ସ୍ଥିତି: ଧାନ କ୍ଷେତରେ ଗାଇ ଚରିବା ପାଇଁ ଛାଡିଦେଲେ ଚାଷି

କେସିଙ୍ଗା, (ବର୍ଦ୍ଧମାନ ଜୈନ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ କୋକୋମୁଣ୍ଡା ଗ୍ରାମର ଚାଷୀ ରଜନି ମେହେର ନିଜ ଚାଷ ଜମିରେ ଗୋରୁ ଚରିବା ପାଇଁ ଛାଡି ଦେଇଥିବା ଦେଖିବାକୁ ମିଳିଛି। ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଯୋଗୁଁ ଧାନ ଭଲ ଭାବରେ ହୋଇ ପାରିନାହିଁ। କେତେକ ଚାଷୀ ଧାନ ବୁଣିବା ପରେ ପାଣି ଅଭାବ ଯୋଗୁଁ ଗଜା ମରୁଡି ସ୍ଥିତି ପରେ ବି ପୁଣି ଥରେ ବର୍ଷା ହେଲା ପରେ ଧାନ ରୋପଣ କାର୍ଯ୍ୟ ଆରମ୍ଭ କରିଥିବା କହିଛନ୍ତି। ଦୁଇ ଦୁଇ ଥର ଚାଷ କାମରେ ଖର୍ଚ୍ଚାନ୍ତ ହୋଇ ସେମାନେ ନିରାଶ ହୋଇ ପଡିଛନ୍ତି। ଚାଷକାମ ଆରମ୍ଭରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଅନେକ ଜମି ପଡିଆ ପଡିଥିବାବେଳେ ଡେରିରେ କାଁ ଭାଁ ଚାଷ ହୋଇଥିବା ଜମିର ଚାଷ ମଧ୍ୟ ଆଶାନୁରୂପ ହୋଇନପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଏହା କେବଳ କୋକୋମୁଣ୍ଡା ଗାଁର ଚିତ୍ର ନୁହଁ କେସିଙ୍ଗା ବ୍ଲକ ସମେତ ଜିଲ୍ଲାର ଅନେକ ଅଞ୍ଚଳର ଚାଷବାସ ନଷ୍ଟହୋଇ ଶହ ଶହ ହେକ୍ଟର ଜମିରେ ଗାଈଗୋରୁ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ଚାଷୀ। ତେଣୁ କଳାହାଣ୍ଡିକୁ ମରୁଡ଼ି ଘୋଷଣା କରି କ୍ଷତି ହୋଇଥିବା ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ କଳାହାଣ୍ଡି ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ବସନ୍ତ ପୁରୋହିତ ସହ ଅଞ୍ଚଳର ଚାଷିମାନେ ଦାବୀ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.