କର୍ମ ହିଁ ଭଗବାନ, କର୍ମହିଁ ମୁକ୍ତି ପଥ -ସଂସ୍କାର ଭାରତୀ

● ସଂସ୍କାର ଭାରତୀ ପକ୍ଷରୁ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ

ଭବାନୀପାଟଣା: କର୍ମହିଁ ଭଗବାନ, କର୍ମହିଁ ପୂଜା ଓ କର୍ମ ହିଁ ମୁକ୍ତି ପଥ ଅଲୋଚକମାନେ ଏହି ଭଳି ମତ ଦେଇଛନ୍ତି ସଂସ୍କାର ଭାରତୀ ଦ୍ୱାରା ଗୁଗୁଲମିଟ ମାଧ୍ୟମରେ ଆୟୋଜିତ ଆଲୋଚନା ଚକ୍ର ‘ଆଧୁନିକ ସମାଜରେ ଶ୍ରୀକୃଷ୍ଣଙ୍କ ଜୀବନ ଦର୍ଶନ’ ଶୀର୍ଷକରେ । ଅନୁଷ୍ଠାନର ସଭାପତି ଗଜେନ୍ଦ୍ର ପାଢ଼ୀଙ୍କ ସଭାପତିତ୍ୱରେ ଅନଲାଇନ ମାଧ୍ୟମରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଗୀତା ପ୍ରଚାର ସମିତିର ଜିଲ୍ଲା ପ୍ରମୁଖ ନିରଞ୍ଜନ ପ୍ରଧାନ ଓ ବିଶିଷ୍ଟ ସାହିତ୍ୟିକ ସତ୍ୟନାରାୟଣ ମୁଣ୍ଡଛିନା ଆଲୋଚକ ଭାବେ ଯୋଗଦେଇ ଥିଲେ। କବି ନାହିଦା ସାହୀନ ସଭା ପରିଚାଳନା କରିଥିଲେ। ଯୁବକବି କାଜଲ ମହାରଣାଙ୍କ କବିତା ସଂଯୋଜନା କବି ସ୍ଵର୍ଣକାନ୍ତି ବୈକାର, ସୁଦେସ୍ନା ପଣ୍ଡା, ଅଙ୍କିତ ପ୍ରତାପ ପଣ୍ଡା, ସୋହନଲାଲ ଅଗ୍ରୱାଲ, ସୁଶାନ୍ତ ସାହୁ, ଝରଣା ପାଢ଼ୀ, ଗୀତାଞ୍ଜଳି ମହାନ୍ତି, ଲିପ୍ସାମୟୀ ଦୁବେ, ଡିଲେଶ୍ୱର ରଣା, ସ୍ନେହଲତା ଷଡଙ୍ଗୀ, ମୋହନ ଚରଣ ଦାଶ, କୁମୁଦିନି ପଣ୍ଡା, ରମାକାନ୍ତ ମହଲି, ଶ୍ୟାମସୁନ୍ଦର ବଣୁଆ ଓ ଦକ୍ଷ ସାହୁ ନିଜସ୍ୱ କବିତା ଆବୃତି କରିଥିଲେ। ଓମପ୍ରକାଶ ବେହେରା, ବିରଞ୍ଚି ନାରାୟଣ ମୁଣ୍ଡ ଓ ଉମେଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଯୁବକବି ଦକ୍ଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.