ଜନସେବା କେନ୍ଦ୍ରରେ ନିଆଁ ଲଗାଇଲେ ଦୁର୍ବୁତ୍ତ: ଜଳିପୋଡି ପାଉଁସ ହୋଇଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଟକର୍ଲା ପଞ୍ଚାୟତ ମୁଣ୍ଡାପଲା ଗାଁର ଟୁକୁଲାଲ ସାହୁଙ୍କ ଜନସେବା କେନ୍ଦ୍ରରେ କୈାଣସି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ପଲମ ଫାଣ୍ଡିରେ ଅଭିଯୋଗ ହୋଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁସ ହୋଇ ଯାଇଥିବା ଜଣାପଡିଛି। ପ୍ରାପ୍ତ ସୂଚନାନୁଯାୟୀ, ଟକର୍ଲା ପଞ୍ଚାୟତ ମୁଣ୍ଡାପଲା ଗାଁର ମତିଲାଲ ସାହୁଙ୍କ ଘରେ ଟୁକୁଲାଲ ଏକ ଜନସେବା କେନ୍ଦ୍ର (ସିଏସପି) ସେଣ୍ଟର ଖୋଲିଥିଲେ ଯାହାର କୋଡ଼ ନମ୍ବର ହେଉଛି ୧ଏ୭୪ଏମ୬୨୨। ତେବେ ମଙ୍ଗଳବାର ରାତିରେ କୈାଣସି ଅଜଣା ଦୁର୍ବୁତ୍ତ ପ୍ରଥମେ କବାଟକୁ ଶାବଳରେ ଭାଙ୍ଗି ନିଆଁ ଲଗାଇ ଦେଇଥିବାରୁ ଦୋକାନରେ ଥିବା ଦୁଇଟି କମ୍ପ୍ୟୁଟର, ଗୋଟିଏ କଲର ପ୍ରିଣ୍ଟର, ଗୋଟିଏ ଜେରକ୍ସ ମସିନ, ଗୋଟିଏ ଲେମିନେଟର, ଦୁଇଟି ମୁଭିଙ୍ଗ ଚେୟାର, ଦୁଇଟି ସୋକେସ, ଦୁଇଟି ପ୍ଲାଷ୍ଟିକ ଚେୟାର ସହ ଅନେକ ଏକାଉଣ୍ଟଧାରି ମାନଙ୍କର ପାସବୁକ, ଆଧାର କାର୍ଡ, ଛାତ୍ରଛାତ୍ରୀ ମାନଙ୍କର ଅରଜିନାଲ ସାର୍ଟିଫିକେଟ ସମେତ ସିପିଏସ ସେଣ୍ଟରର ସମସ୍ତ ଡକ୍ୟୁମେଣ୍ଟ ଓ କାଗଜପତ୍ର ସହ ପ୍ରାୟ ୪୦୦୦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସମ୍ପୁର୍ଣ୍ଣ ଭାବରେ ଜଳିଯାଇ ନଷ୍ଟ ହୋଇଥିବା ଟୁକୁଲାଲ ସାହୁ ପ୍ରକାଶ କରିଛନ୍ତି। ଦୋକାନରେ ଲାଗିଥିବା ସିସି ଟିଭି କ୍ୟାମେରା ମଧ୍ୟ ପୋଡ଼ି ଯାଇ ନଷ୍ଟ ହୋଇଛି। ରାତିରେ କୈାଣସି କାରଣରୁ ବାହାରକୁ ବାହାରିଥିବା ସମୟରେ ଦୋକାନରେ ନିଆଁ ଲାଗିଯାଇଥିବା ଟୁକୁଲାଲଙ୍କ ବାପା ଅଶୋକ ସାହୁ ଦେଖିଥିଲେ। ସେ ଘଟଣାସ୍ଥଳରେ ପହଞ୍ଚିବା ସମୟରେ ଜନସେବା କେନ୍ଦ୍ର ସମ୍ପୁର୍ଣ୍ଣ ଭାବେ ଜଳିପୋଡି ନଷ୍ଟ ହୋଇଯାଇଥିଲା। ସାଙ୍ଗେ ସାଙ୍ଗେ ସିଏସପି ସେଣ୍ଟର୍ ଖୋଳିଥିବା ଟୁକୁଲାଲ ସାହୁ ରାତି ପ୍ରାୟ ୨.୩୦ ସମୟରେ ପଲମ ଫାଣ୍ଡି ଅଧିକାରୀଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଫାଣ୍ଡି ଅଧିକାରୀ ଅସିତ୍ କୁମାର ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏନେଇ ଟୁକୁଲାଲ ସାହୁ ପଲମ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.