ଦୁର୍ଘଟଣା କିପରି ଏଡାଇବା ସେନେଇ ଇମ୍ଫା କାରଖାନାରେ ମକଡ୍ରିଲ

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା କୋଲନରା ବ୍ଳକ ଥେରୁବାଲି ସ୍ଥିତ ଇମ୍ଫା କାରଖାନା ପରିସରରେ ଏକ ତରଳ ଅମ୍ଳଜାନ ଗ୍ୟାସ କ୍ଷରଣ ଏବଂ କର୍ମଚାରୀ ଏଥିରୁ କିପରି ସୁରକ୍ଷା ପାଇବା ସଂପର୍କୀତ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟିକୁ ଇମ୍ଫାର ଉପସଭାପତି (ନିର୍ମାଣ)କେ.ଭି. ରାଓଙ୍କ ପ୍ରତ୍ୟେକ୍ଷ ତତ୍ୱାବାଧାନରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାୟଗଡା ସ୍ଥିତ କାରଖାନା ଓ ବାଷ୍ପିୟ ବିଭାଗର ଉପନିର୍ଦ୍ଦେଶକ ସ୍ୱରୂପ କୁମାର ଜେନା, ସହ ନିର୍ଦ୍ଦେଶକ ରଂଜିତ କୁମାର ନାଏକ, ଜିଲ୍ଳା ଅଗ୍ନିଶମ ଅଧିକାରୀ ସଂଗ୍ରାମ ହାଂସଦା, ଥେରୁବାଲି ଫାଣ୍ଡିର ସହକାରୀ ସବଇନ୍ସପେକ୍ଟର ଜଗନ୍ନାଥ ବେହେରା, ସ୍ଥାନୀୟ ଜେକେ କାଗଜ କଳର ସୁରକ୍ଷା ବିଭାଗର ପରିଚାଳକ ରାମ ରଞୀନ ବିଶ୍ୱାଳ, ଇମ୍ଫା ସୁରକ୍ଷା ବିଭାଗର ବରିଷ୍ଠ ପରିଚାଳକ ରାମକୃଷ୍ଣ ତ୍ରିପାଠୀ ପ୍ରୋଜେକ୍ଟର ମାଧ୍ୟମରେ ତରଳ ଅମ୍ଳଜାନ କ୍ଷରଣର ଦୁର୍ଘଟଣା ଏଡାଇବା ପାଇଁ ଇମ୍ଫାରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ବୁଝାଇଥିଲେ ।


ଜରୁରୀକାଳୀନ ପରିସ୍ଥିତିରେ କର୍ମଚାରୀମାନେ କିପରି ସତର୍କ ରହିବେ ଏବଂ ତରଳ ଅମ୍ଳଜାନ କ୍ଷରଣ ଜନୀତ ଦୁର୍ଘଟଣାରୁ ରକ୍ଷା ପାଇବା କୈାଶଳକୁ ଇମ୍ଫା କର୍ମଚାରୀମାନେ ମକଡ୍ରିଲ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ । ଏହାକୁ ଉପସ୍ଥିତ ଅତିଥି ବୃନ୍ଦ ଇମ୍ଫା କର୍ମଚାରୀଙ୍କ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ଇମ୍ଫାର ଉପସଭାପତି ଶ୍ରୀ ରାଓ ଯେ କୈାଣସି ଦୁର୍ଘଟଣାକୁ ଏଡାଇବା ପାଇଁ କାରଖାନା ତରଫରୁ ସମସ୍ତ ପ୍ରକାର କୈାଶଳ ପ୍ରୟୋଗ କରାଯାଉଥିବା ପ୍ରକାଶ କରିଥିଲେ । ସମସ୍ତ ଟିମ୍‌’ର ଲିଡରମାନେ ଆୟୋଜନ ହୋଇଥିବା ମକଡ୍ରିଲରେ ନିଜ ନିଜର ଦାୟିତ୍ୱ ଓ କର୍ତବ୍ୟ ସଂପର୍କରେ ଅତିଥିମାନଙ୍କୁ ବୁଝାଇଥିଲେ । ଆୟୋଜନ ହୋଇଥିବା ମକଡ୍ରିଲ ପରିଚାଳନା ଉପଯୁକ୍ତ ସମୟରେ, ଠିକ୍ ଭାବରେ, ଠିକ ସମୟରେ ହୋଇ ଥିବାରୁ ଉପସ୍ଥିତ ଅତିଥି ବୃନ୍ଦ ଭୃୟଂସି ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଥେରୁବାଲି ଇମ୍ଫାର ମୁଖ୍ୟ ଶ୍ରୀ ରାଓ ଉପସ୍ଥିତ ଅତିଥିମାନଙ୍କର ମାର୍ଗ ଦର୍ଶନକୁ ମାନି କାମ କଲେ ସମସ୍ତେ ସୁରକ୍ଷିତ ହୋଇ ହସଖୁସିରେ ଜୀବନ ଯାପନ କରିବା ସହ ଧନଜୀବନ ନଷ୍ଟ ହେବାରୁ ବଂଚାଇ ପାରିବା ବୋଲି କହିଥିଲେ । ଶେଷରେ ମାନବ ସମ୍ବଳ ଓ ପ୍ରଶାସନ ବିଭାଗର ଉପ ମହାପ୍ରବନ୍ଧକ କଲୋଲ କୁମାର ନାୟକ ଉପସ୍ଥିତ ଥିବା ଅତିଥି ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.