କୃଷିକ୍ଷେତ୍ରରୁ ଯୁବକଙ୍କ ମୃତଦେହ ଉଦ୍ଧାର

● ବଜ୍ରପାତ ଯୋଗୁଁ ମୃତ୍ୟୁ ସନ୍ଦେହ, ସହାୟତା ପାଇଁ ପରିବାର ପକ୍ଷରୁ ନିବେଦନ

କୋକସରା, (ହିରଣ୍ୟ ବେହେରା): କୋକସରା ବ୍ଲକ ଡାଲଗୁମା ପଞ୍ଚାୟତ ଛିଲିପାମାଲ ଗ୍ରାମର ଏକ କୃଷିକ୍ଷେତ୍ରରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ଜଣକ ଛିଲିପାମାଲ ଗ୍ରାମର ଅମିତ ପାଣିଗ୍ରାହୀ ବୋଲି ଜଣାପଡିଛି। ପ୍ରାପ୍ତ ସୂଚନା ଆଧାରରେ ଅମିତ ନିଜ କ୍ଷେତରେ ଯିବା ସମୟରେ ପ୍ରବଳ ବର୍ଷା ଓ ଘଡଘଡି ଓ ବଜ୍ରାଘାତ ହୋଇଥିବା ଖବର ମିଳିଛି। ପରିବାର ବର୍ଗ ଅମିତଙ୍କୁ ମାମୁ ଘର ଯାଇଥିବେ ଭାବି ଖୋଜା ଖୋଜି କରିନଥିଲେ। ହେଲେ ସକାଳୁ କିଛି ଲୋକ ନିଜ ବିଳକୁ ଯିବା ବାଟରେ ମୃତ ଦେହ ଦେଖି ପରିବାର ଓ କୋକସରା ଥାନାକୁ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ କୋକସରା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ତଦନ୍ତକାରି ଏଏସ୍ଆଇ ମନୋରଞ୍ଜନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଅମିତ ପରରିବାରର ରୋଜଗାରକ୍ଷମ ବ୍ୟକ୍ତି ଥିବାବେଳେ ଆପାତ କାଳୀନ ମୃତ୍ୟୁ ସହାୟତା ପାଇଁ ପରିବାର ପକ୍ଷରୁ ନିବେଦନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.