ଅଧ୍ୟାପିକା ରିଙ୍କି ପଧାନଙ୍କ ‘ପତ୍ରୋପନ୍ୟାସ’ ଓ ‘ଫ୍ଲାସବେକ: ଓଡ଼ିଆ ଉପନ୍ୟାସ’ ଲୋକାର୍ପିତ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଲେଖିକା ରିଙ୍କି ପଧାନଙ୍କ ଆଲୋଚନା କେବଳ ଏକ ଆନନ୍ଦର ବିଷୟ ନୁହେଁ ବରଂ ଏକ ଦାୟିତ୍ବବୋଧ ନିର୍ବାହନ କରୁଥିବା ଦସ୍ତାବିଜ। ଉପନ୍ୟାସରର ବିଭିନ୍ନ ଦିଗକୁ ନୂଆ ଏକ ଢଙ୍ଗରେ ସେ ସମାଲୋଚନା କରିପାରନ୍ତି। ତେବେ ଉପସ୍ଥାପନା ବ୍ୟତୀତ ତାଙ୍କର ଗଢଣକଳା ସମାଲୋଚନାକୁ ଆହୁରି ଜୀବନ୍ତ ଓ ଋଦ୍ଧିମନ୍ତ କରେ ବୋଲି ପୁସ୍ତକ ଉନ୍ମୋଚନ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu


ଭବାନୀପାଟଣା ସ୍ଥିତ କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ବିଭାଗ ପକ୍ଷରୁ ଓଡ଼ିଆ କଥା ସାହିତ୍ୟର ଯୁବ ସମାଲୋଚିକା ରିଙ୍କି ପଧାନଙ୍କ ପ୍ରଥମ ଓ ଦ୍ଵିତୀୟ ସମାଲୋଚନା ପୁସ୍ତକ ‘ପତ୍ରୋପନ୍ୟାସ’ ଏବଂ ‘ଫ୍ଲାସବେକ: ଓଡ଼ିଆ ଉପନ୍ୟାସ’ ଉନ୍ମୋଚିତ ହୋଇଯାଇଛି। ଏଥିରେ ଉଦଘାଟକ ଭାବେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁଳସଚିବ ପିତାମ୍ବର ଭୋଇ, ମୁଖ୍ୟ ଅତିଥି ଗବେଷକ ପରମେଶ୍ୱର ମୁଣ୍ଡ, ବିଭାଗ ମୁଖ୍ୟ ଅଖିଳ ନାୟକ ମଂଚାସୀନ ଥିଲେ।

Pearl dental clinic
Near Ashish Medical Store, Bhawanipatna


ଉନ୍ମୋଚିତ ପୁସ୍ତକ ଦ୍ବୟକୁ ସମୀକ୍ଷା କରିଥିଲେ ଅଧ୍ୟାପକ ଦୟାନିଧି ପରିଡା। ଅଧ୍ୟାପକ ଡୋଳାମଣି ଧରୁଆ ମଂଚ ପରିଚାଳନା କରିଥିବା ଅଧ୍ୟାପକ ବିକାଶ ରଂଜନ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଯୁବ ଗାଳ୍ପିକ ଡିଲେଶ୍ବର ରଣା, କବି ଜୟଦ୍ରଥ ସୁନା, ଅଧ୍ୟାପକ ସଂଜୀବ ସାହୁଙ୍କ ସମେତ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.