ଲାଞ୍ଜିଗଡ଼: ୬ ନଂ ରାଜ୍ୟ ରାଜପଥର ସିକେରକୁପା-ପୋଖରୀବନ୍ଧ ଢେପଗୁଡା ଘାଟି ନିକଟରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏଥିରେ ଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ କେସିଙ୍ଗା ବ୍ଲକ ଅଲ୍ ଓଡିଶା ସିଡୁଲକାଷ୍ଟ ଫେଡେରେସନ୍ର ସଭାପତି ଲୋକନାଥ ନାଗଙ୍କ ପରିବାର ସିରୋଲ ଗାଁରୁ ବୋଲେରୋରେ ବିଷମ କଟକ ହସ୍ପିଟାଲ ଯାଉଥିଲେ। ଢେପଗୁଡା ଘାଟି ନିକଟରେ ଡ୍ରାଇଭର ଭାରସାମ୍ୟ ହରାଇ ବସିଥିଲେ। ତେଣୁ ବୋଲେରୋଟି ରାସ୍ତା କଡ଼ରେ ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଗାଡ଼ିରେ ବସିଥିବା ଲୋକନାଥଙ୍କ ପରିବାର ସଦସ୍ୟମାନେ ଆହାତ ହୋଇଥିଲେ। ଏ ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି।
ଲାଞ୍ଜିଗଡ଼ରୁ ଦୁଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in