ଭୁବନେଶ୍ୱର: କୋଠଘର ଆମ ସାହିତ୍ୟ ପରିବାର ପକ୍ଷରୁ ମାସିକ ସାହିତ୍ୟ ଆସର ଏବଂ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦିକା ଅମ୍ବିକା ସ୍ବାଇଁଙ୍କ ପରିଚାଳନାରେ ଆୟୋଜିତ ଉକ୍ତ ସମାରୋହରେ ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ପୂର୍ବତନ ପୋଲିସ ମହା ନିର୍ଦେଶକ ବିପିନ ବିହାରୀ ମିଶ୍ର , ବିଶିଷ୍ଟ ସହିତ୍ୟିକା ଡ଼ଃ. ଶକୁନ୍ତଳା ବଳିଆର ସିଂହ, ବିଶିଷ୍ଟ ଭାଷାବିଜ୍ଞାନୀ ଡ଼ଃ. ଦେବାଶିଷ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ କୋଠଘର ସମ୍ପାଦନା ମଣ୍ଡଳୀର ସଦସ୍ୟ ଅରୁଣ କୁମାର ମହାନ୍ତିଙ୍କ ପ୍ରଥମ କବିତା ପୁସ୍ତକ “ମା ମାଟି ମମତା” କୁ ଅତିଥିମାନେ ଉନ୍ମୋଚନ କରିଥିଲେ।
ମା ମାଟି ମମତା ପୁସ୍ତକର କବିତା ଗୁଡିକ ସମୀକ୍ଷା କରି ସମୀକ୍ଷକ ଡଃ. ଦେବାଶିଷ ମହାପାତ୍ର ଏବଂ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ। ଏହି ପୁସ୍ତକ ଟି ପାଠକ ମହଲରେ ବେଶ ଆଦୃତି ଲାଭ କରିବ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି। ଏହି ଅବସରରେ କବି ଡ଼ଃ. ପ୍ରତିମା ରାଣୀ ମିଶ୍ର ପ୍ରାରମ୍ଭିକ ଭଜନ ପରିବେଷଣ କରିଥିଲେ। ସମ୍ପାଦିକା ଅମ୍ବିକା ସ୍ବାଇଁ କାର୍ଯ୍ୟକ୍ରମର ବିବରଣୀ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। କବି ଅରୁଣ କୁମାର ମହାନ୍ତି ନିଜର ଲେଖକୀୟ ଅଭିବ୍ୟକ୍ତି ବ୍ୟକ୍ତ କରି ଥିଲେ। କବିତା ଆସରରେ ଡ଼ଃ. ସଂଘମିତ୍ରା ଭଞ୍ଜ, ପ୍ରଦୀପ୍ତ କୁମାର ସାହୁ, କଣ୍ଡୁରୀ ଚରଣ ରାଉତ, ସୁଷମା ପରିଜା, ଡ଼ଃ. ରଶ୍ମି ଦାସ, ମଞ୍ଜୁଲତା ସିଂ, ଅଶାଲତା ଦୀକ୍ଷିତ, ଲତିକା ବିଳାସ, ପ୍ରଶାନ୍ତ କୁମାର ନାଥ, ପୋତାଶ୍ରୀୟା ବଢ଼େଇ, ସବିତା ଶତପଥୀ ପ୍ରମୁଖ କବି ଓ କବୟତ୍ରୀମାନେ ଯୋଗଦେଇ ଉନ୍ମୋଚିତ ପୁସ୍ତକର କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ଶେଷରେ
ଶିକ୍ଷା ପରାମର୍ଶଦାତା ଜ୍ଞାନଚାନ୍ଦ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।