ତୁଳାପଡା ବିଜୟାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ତାଲିମ ଶିବିର ଉଦ୍ୟାପିତ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ତୁଳାପଡା ବିଜୟାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଂକୁଳ ସ୍ତରୀୟ ଯୁବ ରେଡକ୍ରସର ତିନି ଦିନିଆ ତାଲିମ ଶିବିର ଉଦ୍ୟାପିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୁଶୀଳ କୁମାର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ୟାପନୀ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଦ୍ୟାଧର ସାହୁ ମୁଖ୍ୟ ଅତିଥି ଏବଂ ତୁଳାପଡାର ପୂର୍ବତନ ସରପଞ୍ଚ ମନମୋହନ ନାୟକ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ଯୁବ ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ତିନି ଦିନିଆ ତାଲିମ୍ ଶିବିରର ବିଭିନ୍ନ ଦିବସରେ ସଞ୍ଜୀବ କୁମାର ସାହୁ ରେଡ୍କ୍ରସର ଇତିହାସ ଏବଂ ବିକାଶ, ସାନ୍ତନୁ କୁମାର ପରିଡା ପ୍ରାଥମିକ ଚିକିତ୍ସା, ସୁଧିର କୁମାର ପଣ୍ଡା ରକ୍ତଦାନ, ଦୟାନିଧି ଡାଳୁଆ ଏଡସ ରୋଗର ନିରାକରଣ ଏବଂ ଚିକିତ୍ସା, ସୁଶୀଳ କୁମାର ଶତପଥି ବିପର୍ଯ୍ୟୟ ପରିଚାଳନା ଏବଂ ଦୀନବନ୍ଧୁ ରାଉତ ସଡକ ସୁରକ୍ଷା ସମ୍ପର୍କରେ ସ୍ୱେଚ୍ଛାସେବୀ ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ । ଏହି ତାଲିମ୍ ଶିବିରରେ ୮ ଗୋଟି ମାଧ୍ୟମିକ ବିଦ୍ୟାଳୟର ୧୬ ଜଣ ସ୍ୱେଚ୍ଛାସେବୀ ଏବଂ ୮ ଜଣ ପରାମର୍ଶଦାତା ଯୋଗଦାନ କରିଥିଲେ । ଉଦ୍ୟାପନୀ ଦିବସରେ ବିଭିନ୍ନ ପ୍ରତିଯୋଗୀତାର କୃତୀ ସ୍ୱେଚ୍ଛାସେବୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ ଶିବିରରେ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ୱେଚ୍ଛାସେବୀ ଦୀପକ ଗଡତିଆ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଭାବରେ ବିବେଚିତ ହୋଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆୟୋଜକ ଶିକ୍ଷାନୁଷ୍ଠାନର ଅର୍ଥନୀତି ଅଧ୍ୟାପକ ସମୀର ମହାପାତ୍ର, ଓଡିଆ ଅଧ୍ୟାପକ ଉମେଶ ଚନ୍ଦ୍ର ସ୍ୱାଇଁ, ଇତିହାସ ଅଧ୍ୟାପକ ବିଜୟ କୁମାର ଭୋଇ, ଶିକ୍ଷା ଅଧ୍ୟାପକ ନିତ୍ୟାନନ୍ଦ ଭଞ୍ଜ, ଭୂଗୋଳ ଅଧ୍ୟାପକ ବ୍ରହ୍ମନନ୍ଦ ଦାସ, ଗ୍ରନ୍ଥାଗାରିକ ବ୍ରଜବନ୍ଧୁ ସାହୁ, ପିଇଟି ଅରୁଣ କୁମାର ନାୟକ, ଚନ୍ଦ୍ରଶେଖର ପଧାନ, ରୀନାରାଣୀ ଭୋଇ, ମନୁ ମାଝୀ, ରାଜେନ୍ଦ୍ର ନାୟକ, କରୁଣାକର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗ କରିଥିଲେ । ପରି ଶେଷରେ ବିଜୟାନନ୍ଦ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେଡକ୍ରସ ପରାମର୍ଶଦାତା ଦୀନବନ୍ଧୁ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.