ପ୍ରକାଶିତ ହେଲା କବି ଭବାନୀ ଶଙ୍କର ନିଆଲଙ୍କ ‘ଲକଡାଉନ୍’ ଓ ‘ଆନ୍ ଇନକାଉଣ୍ଟର ଉଇଥ୍ ଡେଥ୍’ କବିତା ସଂକଳନ

ଭୁବନେଶ୍ୱର: କବି ଡ଼ଃ. ଭବାନୀ ଶଙ୍କର ନିଆଲଙ୍କ ବହୁଚର୍ଚ୍ଚିତ କବିତା ‘ଲକଡାଉନ୍’ ଏବଂ ‘ଆନ୍ ଇନକାଉଣ୍ଟର ଉଇଥ୍ ଡେଥ୍’ ବ୍ଲୁ ରୋଜ ପବ୍ଲିକେଶନ ନ୍ୟୁଦିଲ୍ଲୀ ଏବଂ ଲଣ୍ଡନ ଦ୍ୱାରା ପ୍ରକାଶିତ ହୋଇଯାଇଛି । କବି ନିଆଲଙ୍କର ବହୁଚର୍ଚ୍ଚିତ ଲକଡାଉନ କବିତାର ସୂକ୍ଷ୍ମ ଆବେଦନ ଏତେ ତୀବ୍ର ଥିଲା ଯେ, ତାହା ସମଗ୍ର ବିଶ୍ୱର ହୃଦୟକୁ ଆନ୍ଦୋଳିତ କରିଥିଲା। ଫଳରେ କବିତାଟି ବିଶ୍ୱର ବିଭିନ୍ନ ଭାଷାରେ ଆଦୃତ ହୋଇଛି। ଏହି କବିତାକୁ ଇଂରାଜୀରେ ଅଧ୍ୟାପକ ବଙ୍କିମ ମୁଣ୍ଡ ଅନୁବାଦ କରିଥିଲେ। ସେହିଭଳି ଆନ୍ ଇନକାଉଣ୍ଟର ଉଇଥ ଡେଥ ତଥା ମୃତ୍ୟୁର ସାମ୍ନା ସାମ୍ନି ଇଂରାଜୀରେ ଆନୁବାଦ କରିଛନ୍ତି ଅଧ୍ୟାପକ ଗୋବିନ୍ଦ ସାହୁ। ସୂଚନା ଯୋଗ୍ୟଯେ, ଇଂରାଜୀରେ ଲକଡାଉନ ପୁସ୍ତକ ପ୍ରକାଶିତ ହେବା ପରେ ସମ୍ପୂର୍ଣ୍ଣ ଲକଡାଉନ କବିତା ସ୍ପେନିସ ଓ ଇଟାଲୀ ଭାଷାରେ ଅନୁଦିତ ହୋଇ ପ୍ରକାଶନ ଅପେକ୍ଷାରେ। କବିଙ୍କ ଏହି ସଫଳତାରେ ରାଜ୍ୟ ତଥା କଳାହାଣ୍ଡି ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.