ରାମନାଗୁଡା : ଦୃଢ଼ ଇଚ୍ଛା ଶକ୍ତି ହିଁ ସଫଳତାର ଚାବିକାଠି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରାୟଗଡ଼ା ଜିଲ୍ଲାର ୩ ମେଧାବୀ ଛାତ୍ର। ବର୍ତ୍ତମାନ ପ୍ରକାଶ ପାଇଥିବା ଓଡ଼ିଶା ପବ୍ଲିକ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ରାୟଗଡା ଜିଲ୍ଲା ରାମନାଗୁଡା ସଦରର ଯୋଗ୍ୟ ସନ୍ତାନ ସୁରଜ ନାୟକ ବେହେରା। ତାଙ୍କର ପ୍ରାଥମିକ ଶିକ୍ଷା ରାମନାଗୁଡା ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହୋଇଥିଲା। ତାପରେ ସେ ଭୁବନେଶ୍ୱର ସୈନିକ ସ୍କୁଲରେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ। ପରେ ଭୁବନେଶ୍ୱର ସ୍ଥିତ ଓଡ଼ିଶା ଇଂଜିନିୟରିଂ କଲେଜରେ ନାମ ଲେଖାଇ ସେଠାରେ ସିଭିଲ ଇଂଜିନିୟରିଂ ରେ ପାଠ ପଢିଲେ। ସେଠାରେ ଉଚ୍ଚ ଶିକ୍ଷା ଶେଷ ହେବା ପରେ ଦିଲ୍ଲୀ ଯାଇ ଆଇଏଏସ ପରୀକ୍ଷା ନିମନ୍ତେ ନିଜକୁ ପ୍ରସ୍ତୁତ କରିଥିଲେ। ସୁରଜଙ୍କ ବାପା ବିପିନ ନାୟକ ବେହେରା ସ୍ଥାନୀୟ ଅଞ୍ଚଳର ଜଣେ ଅଗ୍ରଣୀ ଚାଷୀ। ମା’ ସ୍ବର୍ଗତ ଅମୂଲ୍ୟ ନାୟକ ବେହେରାଙ୍କର ଦୀର୍ଘ ବାର ବର୍ଷ ହେବ ଦେହାନ୍ତ ହୋଇ ଯାଇଛି।ପିଲାଟି ଦିନରୁ ପାଠ ପଢା ପ୍ରତି ରୁଚି ରଖିଥିବା ସୁରଜଙ୍କ ଏହି କୃତିତ୍ୱ ପାଇଁ ବାପାଙ୍କ ସମେତ ଦୁଇ ଜଣ ଦାଦା ଜଗଦୀଶ ନାୟକ ବେହେରା, ନବୀନ ନାୟକ ବେହେରା ଏବଂ ଖୁଡି ଲିନା ନାୟକ ବେହେରା ଖୁସି ପ୍ରକଟ କରିଛନ୍ତି। ପିଲା ବେଳେ ଗରିବୀକୁ ଅତି ପାଖରୁ ଦେଖିଥିବା କହିଛନ୍ତି ସୁର। ତାଙ୍କର ଏହି ସଫଳତା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏହି ସଫଳତା ପାଇଁ ସୁରଜ ତାଙ୍କ ବାପାଙ୍କୁ ଶ୍ରେୟ ଦେଇଛନ୍ତି।
ଗୁଣପୁର ଉପଖଣ୍ତ ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in