କଳାହାଣ୍ଡି: କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନଂ ୮ରେ ବୋରିଙ୍ଗପଦର ଦୂର୍ଗା ପୂଜା କମିଟି ଆନୂକୁଲ୍ୟରେ ଆରମ୍ଭ ହୋଇଛି ଜଗଜ୍ଜନନୀ ଦେବୀ ଦୂର୍ଗାଙ୍କ ଶାରଦୀୟ ପୂଜା। ମଣ୍ଡପରେ ଆଜି ଦେବୀଙ୍କ ମହାନବମୀ ପୂଜା ଚାଲିଛି। ସୋମବାର ବିଲ୍ବ ବରଣ ଅଧିବାସ ସହ ଆରମ୍ଭ ହୋଇଥିବା ଏହି ପୂଜା ଶୁକ୍ରବାର ପର୍ଯ୍ୟନ୍ତ ପାଳିତ ହେବ। ଶୁକ୍ରବାର ଦିନ ବିଶ୍ରାମ ଓ ରାବଣପୋଡ଼ି ଅନୁଷ୍ଠିତ ହେବ।
ଦେବୀ ଦୁର୍ଗାଙ୍କ ପୂଜା ସରକାରଙ୍କ କୋଭିଡ ଗାଇଡଲାଇନ ଅନୁସାରେ ପାଳନ କରାଯାଉଥିବା ବୋରିଙ୍ଗପଦର ଦୂର୍ଗାପୂଜା କମିଟି ସଭାପତି ଗୋବିନ୍ଦ ବନଛୋର, ସଂପାଦକ ବସନ୍ତ ସାହୁ, କୋଷାଧ୍ୟକ୍ଷ ଦେବେନ୍ଦ୍ର ସାହା ପ୍ରମୂଖ ପ୍ରକାଶ କରିଛନ୍ତି। ପୂଜାର ମୁଖ୍ୟ କର୍ତ୍ତା ଭାବରେ କୈଳାସ ସାହା ଓ ତାଙ୍କ ଧର୍ମପତ୍ନୀ ମାମି ସାହା ଦାଇତ୍ୱ ନିର୍ବାହ କରୁଛନ୍ତି। ବୈଦିକ ରିତି ଅନୁସାରେ ପ୍ରତିଦିନ ସକାଳୁ ସୂର୍ଯ୍ୟ ପୂଜା ଓ ଅନ୍ୟାନ୍ୟ ନିତି ସହ ଦେବୀ ଆରାଧନା ହେଉଛି। ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବରେ ବାହାରେ ଥାଇ ମା’ଙ୍କ ଦର୍ଶନ କରୁଥିବା ଦେଖାଯାଇଛି।