ନର୍ଲାରୋଡ ଦୁର୍ଗା ମଣ୍ଡପରେ କୁମାରୀ ପୂଜନ, ଜାଣନ୍ତୁ ଏହି ପରମ୍ପରାର ମହତ୍ତ୍ଵ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନବରାତ୍ରୀର ଅଷ୍ଟମୀ ଓ ନବମୀ ତିଥିରେ ଘରେ, ମନ୍ଦିର ଓ ପୂଜା ମଣ୍ଡପ ମାନଙ୍କରେ କୁମାରୀ ପୂଜା କରାଯାଏ। ନବରାତ୍ରୀର ଅଷ୍ଟମୀ ଓ ନବମୀ ତିଥିରେ ମାଆ ମହାଗୋରୀ ଓ ସିଦ୍ଧିଦାତ୍ରୀଙ୍କ ପୂଜାର୍ଚ୍ଚନା କରିବା ପରମ୍ପରା ରହିଛି। କୁହାଯାଏ ନଅ ଜଣ ଝିଅ ଦେବୀ ଦୁର୍ଗାଙ୍କ ନଅଟି ରୂପ। ତେଣୁ ଏହି ତିଥିରେ ଛୋଟ ଛୋଟ ଝିଅଙ୍କୁ ଭୋଜନ ଦେଇ ତୃପ୍ତ କରାଯାଏ। ସେମାନଙ୍କୁ ବସ୍ତ୍ର ଓ ଅନ୍ୟାନ୍ୟ ବସ୍ତୁ ଦାନ କରିବାସହ ପ୍ରଣାମ କରାଯାଏ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଶ୍ୱାସ ରହିଛି, ନବରାତ୍ରିରେ କୁମାରୀ ପୂଜା କଲେ ମାଆ ଦୁର୍ଗା ପ୍ରସନ୍ନ ହୁଅନ୍ତି। ଭକ୍ତଙ୍କ ମନବାଞ୍ଝା ପୂର୍ଣ୍ଣ କରନ୍ତି ଜଗତଜନନୀ। ଶାସ୍ତ୍ର ଅନୁସାରେ, କନ୍ୟା ପୂଜନ କରିବା ଦ୍ୱାରା ସୁଖ ଶାନ୍ତି ପ୍ରାପ୍ତ ହୁଏ। ମୋକ୍ଷ ପ୍ରାପ୍ତି ନେଇ ବି ବିଶ୍ୱାସ ରହିଛି। କନ୍ୟା ପୂଜନ ପୂର୍ବରୁ ଯଜ୍ଞ ଓ ପୂଜାପାଠ କରାଯାଏ। ଏହାଦ୍ୱାରା ମାଆଙ୍କ କୃପାଦୃଷ୍ଟି ଭକ୍ତଙ୍କ ଉପରେ ପଡ଼େ।

Udyog Nursery
Udyogi Nursery

କୁମାରୀ, ତ୍ରୀମୂର୍ତି, କଲ୍ୟାଣୀ, ରୋହିଣୀ, କନିକା, ଚଣ୍ଡିକା, ସାମ୍ବାବୀ, ଦୁର୍ଗା, ସୁଭଦ୍ରା ରୂପରେ କୁମାରୀ କନ୍ୟା ମାନଙ୍କୁ ନବମୀ ତିଥିରେ ପୂଜା କରାଯାଏ। ଆଜି ନର୍ଲାରୋଡ ଦୁର୍ଗାପୂଜାରେ କୁମାରୀ ପୂଜା ଅନୁଷ୍ଠିତ ହୋଇଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେହେରାପାଟି ଗ୍ରାମର ଲାଲ ମୋହନ ଦାସ ଓ ତାଙ୍କ ଧର୍ମପତ୍ନୀ ରୋଜାଳିନ ଦାସ ୯ ଜଣ କୁମାରୀଙ୍କୁ ଦୁର୍ଗା ମଣ୍ଡପ ଭିତରେ ମା ଦୁର୍ଗାଙ୍କ ସମ୍ମୁଖରେ ଦୁର୍ଗା ମାଆଙ୍କ ୯ ଗୋଟି ଅବତାର ଭାବରେ ଫୁଲ, ଚନ୍ଦନ, ଧୂପ, ଦୀପ ଓ ନୂଆ ବସ୍ତ୍ର ପରିଧାନ କରେଇ ପୂଜା କରିଥିଲେ। ଏହାପରେ ନଅ ଜଣ କନ୍ୟାଙ୍କୁ ଭୋଜନ କରାଯାଇଥିଲା।

 

କୁମାରୀ କନ୍ୟାମାନଙ୍କୁ ଦାନ ଦକ୍ଷିଣା ଦେଇ ସେମାନଙ୍କର ପାଦ ଛୁଇଁ ଆଶୀର୍ବାଦ ଭିକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ନର୍ଲାରୋଡ ଦୁର୍ଗାପୂଜା କମିଟି ସଭାପତି ହମେଶ ଜୈନ, ଉପସଭାପତି ବିମଳ କୁମାର କେଡିଆ, ସଂପାଦକ ଅମର ରାଉତ, କୋଷାଧ୍ୟକ୍ଷ ରାଜା ପରିଡ଼ାଙ୍କ ସମେତ କର୍ତ୍ତା ଜହରଲାଲ ବିଶ୍ବାଳ, ପୂଜକ ପଣ୍ଡିତ ରମେଶ ଚନ୍ଦ୍ର ମିଶ୍ର ଓ ସନ୍ତୋଷ କୁମାର ରଥ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.