✒️ ତପସ୍ଵିନୀ ଜେନା
ସ୍ବପ୍ନ ଯେ ମହକରେ ଭରା
ମଖମଲି ଗାଲିଚା।
ଅବାସ୍ତବ ଭାବନାର ମାଧୁର୍ଯ୍ୟତା
ଯହିଁ ହୋଇଥାଏ ବିଞ୍ଚା।
କେବେସେ ଖିଆଲି ମନର
ଅଚେତନ ଚିତ୍ରପଟ୍ଟ କଥା।
ପୁଣି କେବେ ଆଶା ବୈତରଣୀର
ଦୃଶ୍ୟମାନ ରୂପଟା।
କେବେସେ ଗୋଲାପର ସୌନ୍ଦର୍ଯ୍ୟତା
ପୁଣି କେବେ ଗୋଲାପ ତଳର
ଅସରନ୍ତି କଣ୍ଟା।
କେବେ ବିନା ଶ୍ରାବଣ ର ବର୍ଷା।
ପୁଣି କେବେ ଥୁଣ୍ଟl ଗଛଟିର
ସବୁଜ ପତ୍ରର ଆଶା।
କେବେ ବିନା ଇନ୍ଦ୍ରଧନୁରେ
ସାତ ରଙ୍ଗର ଆଶା।
ପୁଣି କେବେ କ୍ଷିପ୍ର ଅନଳର
ଦୁଃଖ ଭରା ବିଭୀଷିକା।