କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ଆଜି ସାରା ଦେଶରେ ପାରମ୍ପରିକ ରୀତିନୀତି ଅନୁସାରେ ପାଳିତ ହୋଇଛି ନାଗ ଚତୁର୍ଥୀ। କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିକୁ ନାଗ ଚତୁର୍ଥୀ ଭାବେ ପାଳନ କରାଯାଏ। ଏହି ଦିନ ନାଗ ଦେବତାଙ୍କୁ ପୂଜା କରିବା ପରମ୍ପରା ରହିଅଛି। ଆଦିମ ସଂସ୍କୃତି ଠାରୁ ଆରମ୍ଭକରି ବୈଦିକ ସଂସ୍କୃତିରେ ନାଗ ପୂଜାର ଗୁରୁତ୍ବ ରହିଛି।
ଏହି କ୍ରମରେ ଆଜି କୋରାପୁଟ ସହରରେ ବିଭିନ୍ନ ସ୍ଥାନରେ ସର୍ପ ବିଳାକୁ ଯାଇ ଶ୍ରଦ୍ଧାଳୁମାନେ ନାଗ ଦେବତାଙ୍କୁ କ୍ଷୀର, ଦହି, ଘିଅ, ମହୁ ଏବଂ ପଞ୍ଚାମୃତ ଅର୍ପଣ କରିଥିବା ଦେଖିବାକୁ ମିଳିଅଛି। କୋରାପୁଟ ସହରର ଡି.ଏଫ.ଓ. ଅଫିସ ସାମ୍ନା, ଗୌଡ଼ଗୁଡାର ଏପରିକି ବହୁ ସ୍ଥାନରେ ସ୍ଥିତ ସର୍ପ ବିଳାକୁ ଯାଇ ଶ୍ରଦ୍ଧାଳୁ ସକାଳୁ ସକାଳୁ ନାଗରାଜଙ୍କୁ ପୂଜା କରିଥିଲେ। ସେହିପରି ଭାବରେ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ନାଗ ଚତୁର୍ଥୀ ପାଳିତ ହୋଇଯାଇଛି। ଏହି ପୂଜା କରିବା ଦ୍ବାରା ପରିବାରର ମଙ୍ଗଳ ହୋଇଥାଏ ବୋଲି ବିଶ୍ଵାସ ରହିଛି।