କଳାହାଣ୍ଡି, (ହେମନ୍ତ ସାହୁ): ମ.ରାମପୁରର ଗୌଡ଼ ପଡା, କୁସୁମନଗର ପଡା, ପୋଲିସ ପଡ଼ା ଓ ଜଗନ୍ନାଥ ମନ୍ଦିରରେ କାର୍ତ୍ତିକ ପୂଜା ଓ ଦୀପଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି । ମାସେ କାଳ ଧରି ହାବିଶିଆଳି ମନେ ବ୍ରତ କରି ହରିହର ସାଗର ଓ ଉତେଇ ନଦୀରେ ବୁଡ଼ ପକେଇ ଥାନ୍ତି। ଚତୁର୍ଦ୍ଦଶୀ ଦିନ ରାତ୍ର ୧୨ ଘଣ୍ଟା ସମୟ ରେ ରାଧାକୃଷ୍ଣ ମନ୍ଦିର, ଶିବ ମନ୍ଦିର,ଜଗନ୍ନାଥ ମନ୍ଦିର ରେ ମହାଦୀପ ଚଢେଇ ରାତ୍ର ଉଜାଗର ରହିଥାନ୍ତି ।
ରାଧାକୃଷ୍ଣ ମନ୍ଦିର ରେ ପ୍ରହର ଅନୁଯାୟୀ ମଙ୍ଗଳ ଆଳତୀ, ଦିଆ ଯାଉ ଥିବା ବେଳେ ଜଗନ୍ନାଥ ମନ୍ଦିରରେ ଦୀପଯଜ୍ଞ ଓ ପୋଲିସ ପଡା,କୁସୁମନଗର ପଡା ରେ ୫ ଦିନ ଧରି କାର୍ତ୍ତିକ ଭଗବାନ ଙ୍କ ମୂର୍ତ୍ତି ପୂଜା କରାଯାଇଥାଏ।ଜଗନ୍ନାଥ ମନ୍ଦିର ର ଦୀପଯଜ୍ଞ ରେ କର୍ତ୍ତା ଭାବେ ରବି ବାଗ ଙ୍କ ସ ପତ୍ନୀ ବସୁଥିବା ବେଳେ ମନ୍ଦିର ପରିଚାଳକ କେଦାର ମହାରଣା, ପ୍ରକାଶ ସାହୁ ପ୍ରମୁଖ ତତ୍ୱବାଧାନ କରୁଥିବା ବେଳେ, ରାଧାକୃଷ୍ଣ ମନ୍ଦିର ର କର୍ତ୍ତା ଭଗବତ ଘିବେଲା ରହିଥିବା ବେଳେ ସଭାପତି ଗକୁଳ ଭୋଇ, ସମ୍ପଦକ ସୋମନାଥ ସାହୁ, ଶିବ ରାମ ନାହାକ, ନୃସିଂହ ଭୋଇ, ସୁନ୍ଦର ସିଂ ପୋଢ଼, ଦିତୀୟା ଭୋଇ କୃଷ୍ଣ ଚନ୍ଦ୍ର ସାହୁ ପୂଜକ ସୋମନାଥ ଦାଶ ଓ ତ୍ରିଲୋଚନ ଦାଶପ୍ରମୁଖ ପରିଚାଳନା କରିଥିଲେ।