ରନ୍ଧନ ଗ୍ଯାସ ଦରବୃଦ୍ଧିକୁ ବିରୋଧ: ଥୁଆମୂଳ ରାମପୁର ବ୍ଳକ ସମ୍ମୁଖରେ ବିଜେଡିର ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

ଥୁଆମୁଳ ରାମପୁର, (ଦୁର୍ଗା କିର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଅମୁଳ ରାମପୁର ବ୍ଲକ ସଦର ମହୁକୁମା ଠାରେ ବିଜେଡିର ମହିଳା, ଯୁବ ଓ ଛାତ୍ର ଶାଖା ପକ୍ଷରୁ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେଡି ସୁପ୍ରିମୋ ତଥା ମୂଖ୍ଯମନ୍ତ୍ରୀ ନିବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳ ପକ୍ଷରୁ ସାରା ରାଜ୍ୟର ବ୍ଳକ ମାନଙ୍କରେ ଗ୍ୟାସ ସିଲିଣ୍ଡର ଦରବୃଦ୍ଧି ପ୍ରତିବାଦରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେହି କ୍ରମରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ କାର୍ଯ୍ଯାଳୟ ସମ୍ମୁଖରେ ବିଜୁ ମହିଳା, ଛାତ୍ର ଓ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ମଣ୍ତଳୀ ସ୍ତରୀୟ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପୂର୍ବରୁ ରନ୍ଧନ ଗ୍ଯାସର ମୂଲ୍ଯ ୫୪୩ ଟଙ୍କା ରହିଥିଲା, କିନ୍ତୁ ବର୍ତ୍ତମାନ ଏହାର ମୂଲ୍ୟ ବୃଦ୍ଧି ପାଇ ଏବେ ୧୦୫୦ ଟଙ୍କାରେ ପହଞ୍ଚିଛି। ଯାହା ଫଳରେ ବିଶେଷ କରି ଦୁର୍ଗମ ଅଞ୍ଚଳରେ ବସବାସ କରିଥିବା ଗରିବ ଲୋକଙ୍କ ଉପରେ ପ୍ରଭାବିତ କରିଛି। ଲୋକେ ଅର୍ଥ ଅଭାବରୁ ରନ୍ଧନ ଗ୍ଯାସ୍ କିଣିବା ପାଇଁ ସକ୍ଷମ ହେଉନାହାନ୍ତି, ଯାହାକି ବର୍ତ୍ତମାନ ପୂର୍ବଭଳି କାଠଚୂଳି ଉପରେ ନିର୍ଭର କରିବା ଆରମ୍ଭ କଲେଣି। ରନ୍ଧନ ଗ୍ଯାସ୍ ଦରଦାମ୍ ଯଦି ଆଗକୁ ନକମେ ତେବେ ବିଜୁ ଜନତା ଦଳ ଓ ମହିଳା ଯୁବ ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଜୋରଦାର କରାଯିବା ବୋଲି କୁହାଯାଇଛି।

Udyog Nursery
Udyogi Nursery

ଏନେଇ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଥୁଆମୂଳ ରାମପୁର ବ୍ଳକ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅନୁପସ୍ଥିତ ଯୋଗୁଁ ତାଙ୍କ କାର୍ଯ୍ଯାଳୟର କର୍ମଚାରୀଙ୍କୁ ଦାବିପତ୍ର ଦେଇଥିଲେ। ଏହି ଅବସରରେ ବିଜୁ ଯୁବ ଜନତା ଦଳ, ବିଜୁ ମହିଳା ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.