କଦମଗୁଡା ପଞ୍ଚାୟତର ଗାଁସାଥୀ ପକ୍ଷରୁ ପିଇଓଙ୍କୁ ଦାବିପତ୍ର ପ୍ରଦାନ

ଲାଞ୍ଜିଗଡ଼: ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ଲୋକଙ୍କୁ କାମ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ବିଭିନ୍ନ ଯୋଜନା। ଯୋଜନା ଗୁଡିକ ହାତକୁ ନେବା ସହିତ ଲୋକଙ୍କୁ କାମ ଯୋଗାଇ ଦେଉଥିବା ବେଳେ ସେମାନଙ୍କୁ ଦେଖାରେଖା ପାଇଁ ନିୟୋଜିତ କରିଛନ୍ତି ଗାଁ ସାଥୀ। ତେବେ ଗାଁ ସାଥୀ ମାନଙ୍କ ବିଭିନ୍ନ ସମସ୍ୟା ଲାଗିରହିଥିବା ବେଳେ ସରକାର ତଥା ପ୍ରଶାସନ ସେଗୁଡ଼ିର ସମାଧାନ ପାଇଁ ବର୍ତମାନ ପର୍ଯ୍ୟନ୍ତ ଉଦ୍ୟମ କରିନାହାନ୍ତି। ଏହାକୁ ନେଇ ଗାଁ ସାଥୀ ସଂଘ କ୍ଷୟ ପ୍ରକାଶ କରିବା ସହିତ ଆଜି ଲାଞ୍ଜିଗଡ଼ ବ୍ଲକ କଦମଗୁଡା ଗ୍ରାମ ପଞ୍ଚାୟତର ଗାଁ ସାଥୀ ମାନେ ପଞ୍ଚାୟତ ନିର୍ବାହୀ ଅଧିକାରି (ପିଇଓ) ନରହରି ଭୋଇଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହା ସହିତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳ ତଥା ରାଜ୍ୟ ସରକାରଙ୍କୁ ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରି ସେମାନଙ୍କ ଦାବି ପୂରଣ ପାଇଁ ଦାବି କରିଛନ୍ତି। ଗାଁ ସାଥୀ ଉପସଭାପତି ସୁଶାନ୍ତ ଚନ୍ଦନଙ୍କ ନେତୃତ୍ୱରେ କଦମଗୁଡା ଗ୍ରାମ ପଞ୍ଚାୟତ ଅଞ୍ଚଳର ଶତାବ୍ଦୀକ ଗାଁସାଥୀ ଏବଂ ଜବକାର୍ଡଧାରୀ ପଞ୍ଚାୟତକୁ ଯିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ। ତେବେ ସେମାନଙ୍କ ଦାବି ଗୁଡ଼ିକ ହେଉଛି ଜବକାର୍ଡଧାରୀମାନଙ୍କୁ ମଜୁରୀ ପ୍ରଦାନରେ ଏସସି, ଏସଟି, ଓବିସି କରି ଯେଉଁ ପାତର ଅନ୍ତର ଚାଲିଛି ତାହାକୁ ତୁରନ୍ତ ବନ୍ଦ କରାଯାଉ, ମଜୁରୀ ସପ୍ତାହ ଶେଷରେ ଠିକ୍ ସମୟରେ ପ୍ରଦାନ କରାଯାଉ, ୨୦୦୮ ମସିହାରୁ ମୁତୟନ ହୋଇ ଏଯାବତ ନ୍ୟାୟ ଆଶାୟୀ ଗାଁସାଥୀ (ମେଟ) ମାନଙ୍କୁ ମାସିକ ପ୍ରୋତ୍ସାହନ ରାଶି ୮୦୦୦ ଟଙ୍କାରୁ ଉର୍ଦ୍ଧ୍ବ ପ୍ରଦାନ କରାଯାଉ ଓ ମୁଳ ନାମ ଅନୁସାରେ ପୁନର୍ବାର ଗାଁସାଥୀ ପଦବାଚ୍ୟ କରାଯାଉ, ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ମାସକୁ ସର୍ବନିମ୍ନ ୧୦ ଦିନର କାର୍ଯ୍ୟ ଯୋଗାଇ ନପାରିଲେ ସେହି ୧୦ ଦିନର ପ୍ରାପ୍ୟକୁ ବେକାରୀ ଭତ୍ତା ରୂପେ ସମସ୍ତ ଗାଁସାଥୀ ମାନଙ୍କୁ ମାସରେ ଥରେ ପ୍ରଦାନ କରାଯାଉ, ମହାମାରୀ କୋଭିଡ ସମୟରେ ଗାଁସାଥୀ ମାନଙ୍କୁ ସର୍ବନିମ୍ନ ୨୦ ହଜାର ଟଙ୍କା କୋଭିଡ୍ ସହାୟତା ରାଶି ପ୍ରଦାନ କରାଯାଉ, ରାଜ୍ୟରେ କାର୍ଯ୍ୟରତ ସମସ୍ତ ଜବକାର୍ଡଧାରୀ ପରିବାରକୁ ବର୍ଷକୁ ୧୦୦ ଦିନ ପରିବର୍ତ୍ତେ ୨୦୦ ଦିନର ନିଶ୍ଚିତ କାର୍ଯ୍ୟ ପ୍ରଦାନ ଓ ଦୈନିକ ୨୧୫ ଟଙ୍କା ପରିବର୍ତ୍ତେ ୩୦୦ ଟଙ୍କାରୁ ଉର୍ଦ୍ଧ୍ବ ହାରରେ ମଜୁରୀ ବ୍ୟବସ୍ଥା କରାଯାଉ ଏବଂ ୨୦୦୮ ମସିହାରୁ ନିଯୁକ୍ତି ପାଇଥିବା ଗାଁସାଥୀଙ୍କ ଡାଟାବେସ୍ ସ୍ପଷ୍ଟ କରି ସେମାନଙ୍କୁ ବର୍ତମାନ (NMMS)ରେ ପଞ୍ଜିକୃତ କରାଯାଉ। ତେବେ ସରକାର ଦାବିଗୁଡ଼ିକ ତୁରନ୍ତ ବିଚାରକୁ ନେଇ ଗାଁସାଥୀ (ମେଟ) ଓ ଜବକାର୍ଡଧାରୀ ମାନଙ୍କୁ ନ୍ୟାୟ ନଦେଲେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଦାବିପତ୍ର ଦେବା ଅବସରରେ ଏହି ଗ୍ରାମ ପଞ୍ଚାୟତର ଗାଁସାଥୀଙ୍କ ସଭାପତି ଗୈାରଚନ୍ଦ୍ର ଗଉଡ, ସମ୍ପାଦିକା ବୁନି ମାଝୀ, ଲମ୍ବୋଦର ଗଉଡ, ଅଜିତ୍ ପ୍ରଧାନ, ସନ୍ତୋଷ ମାଝୀ, ବିଶ୍ୱଜିତ ମାଝୀ, ନେପାଳ ଶବର, ଅଜିତ ଗଉଡ, ସୁକମନ ଗଉଡ, ସାବେତ୍ରି ହରିଜନ, ବାବୁଲାଲ ହରିଜନ, ସତ୍ୟଭାମା ଶବର, ରାଜେଶ କିର୍ତୀ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.