ଏକଲ ବିଦ୍ୟାଳୟର ଏକ ଦିବସୀୟ ଆଚାର୍ଯ୍ୟ ପ୍ରଶିକ୍ଷଣ ବର୍ଗ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ସାରା ଓଡିଶାରେ ବନବନ୍ଧୁ ପରିଷଦ ତରଫରୁ ଏକଲ ବିଦ୍ୟାଳୟ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ସରସ୍ୱତୀ ଶିଶୁ ମନ୍ଦିର ପ୍ୟାଟର୍ନରେ ଚାଲିଛି ସଂସ୍କାର ପୂର୍ଣ୍ଣ ଶିକ୍ଷାଦାନ। ଏହି କ୍ରମରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଚାଲିଛି ଏକଲ ବିଦ୍ୟାଳୟ ଯୋଜନା। ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ବ୍ୟତୀତ ଆଉ କେଉଁଠି ଶିକ୍ଷାଦାନ ପାଇପାରୁ ନାହାନ୍ତି। ତିନି ବର୍ଷରୁ କମ୍ ଶିଶୁ ମାନେ ଅଙ୍ଗନୱାଡି କେନ୍ଦ୍ରକୁ ପାଠ ପଢିବା ପାଇଁ ଯାଇଥାନ୍ତି। ଆଉ ପ୍ରାଥମିକ ସ୍ତରର ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ସମୟ ପୂର୍ବରୁ କିମ୍ବା ବିଦ୍ୟାଳୟ ଛୁଟି ହୋଇ ସାରିବା ପରେ ଏକଲ ବିଦ୍ୟାଳୟ ଯୋଜନାରେ ସେବା ପାଇଁ ବ୍ରତୀ ହୋଇଥିବା ଆଚାର୍ଯ୍ୟ ଓ ଆଚାର୍ଯ୍ୟା ମାନେ ଟିୟୁସନ ଭଳି ନାମକୁ ମାତ୍ର ଶୁଳ୍କ ନେଇ ସଂସ୍କାର ପୂର୍ଣ୍ଣ ପାଠ୍ୟ ଦାନ କରିଥାନ୍ତି। ଆଉ ଏହି ଆଚାର୍ଯ୍ୟ/ଆଚାର୍ଯ୍ୟା ମାନଙ୍କୁ ଏକଲ ବିଦ୍ୟାଳୟ ପରିଯୋଜନା ତରଫରୁ ମାସକୁ ଥରେ ତାଲିମ ପ୍ରଦାନ କରାଯାଇଥାଏ। ଏହି କ୍ରମରେ ନର୍ଲାରେ ଚାଲିଥିବା ନର୍ଲା ସଞ୍ଚର ୩୦ ଗୋଟି ଏକଲ ବିଦ୍ୟାଳୟର ଆଚାର୍ଯ୍ୟ/ଆଚାର୍ଯ୍ୟା ମାନଙ୍କୁ ନର୍ଲା ସରସ୍ୱତୀ ଶିଶୁ ମନ୍ଦିରରେ ଆଜି ଏକ ଦିବସୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଭବାନୀପାଟଣା ଅଞ୍ଚଳର ପ୍ରାଥମିକ ଶିକ୍ଷା ପ୍ରମୁଖ ନୃତମଣି ନାଗ, ନର୍ଲା ସଞ୍ଚର ସଞ୍ଚ୍ ପ୍ରମୁଖ ରୋମାଞ୍ଚଳ ଧଙ୍ଗଡାମାଝୀ, ନର୍ଲା ସଞ୍ଚର ସମ୍ପାଦକ ଅବସରପ୍ରାପ୍ତ ଶିକ୍ଷକ ସାରଥି ନାୟକ, ସଞ୍ଚ୍ ର ବରିଷ୍ଠ ସଦସ୍ୟ ଲିଙ୍ଗରାଜ ମିଶ୍ର ପ୍ରମୁଖ ବିଭିନ୍ନ ବିଷୟ ଉପରେ ତାଲିମ ପ୍ରଦାନ କରିଥିଲେ । ଶେଷରେ ଶାନ୍ତିପାଠ କରାଯାଇ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.