ଲାଞ୍ଜିଗଡର ଦାଦନ ଦୁଃଖ: ବଙ୍କାକୁଣ୍ଡୁରୁ ଗାଁରୁ ଯାଇଥିଲେ କେରଳ, କଟକରେ ପାଲଟିଲେ ଶବ

ଲାଞ୍ଜିଗଡ଼: ଦାଦନ ସମସ୍ୟା ରୋକିବାକୁ ସରକାର କାର୍ଯ୍ୟକାରୀ କରୁଛନ୍ତି ଅନେକ ଯୋଜନା ତଥାପି ଥମୁନାହିଁ ଦାଦନର ଦୁଃଖ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲ ଲାଞ୍ଜିଗଡ଼ ବ୍ଲକ ମାଳିଯୁବାଙ୍ଗ ଗ୍ରାମ ପଞ୍ଚାୟତର ବଙ୍କାକୁଣ୍ଡୁରୁ ଗାଁରେ। ବଙ୍କାକୁଣ୍ଡୁରୁ ଗାଁର ଗୋବିନ୍ଦ ନାଏକ ଗତ କିଛି ମାସ ତଳେ ଦାଦନ ଖଟିବାକୁ କେରଳ ଯାଇଥିଲେ। ସେଠାରୁ କିଛି ଟଙ୍କା ଧରି ଘରକୁ ଫେରୁଥିବା ବେଳେ ବାଟରେ କୈାଣସି କାରଣରୁ ରାସ୍ତା ଭୁଲି କିମ୍ବା ଅନ୍ୟ ଟ୍ରେନରେ ବସି ସେ ପଳାଇ ଯାଇଥିଲେ କଟକ ସହରକୁ। ସେଠାରେ ଜଗତପୁର ନିକଟରେ ଏକ ଘଟଣାର ସମୁଖୀନ ହେବାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଜଗତପୁର ପୁଲିସ କଟକ ବଡମେଡିକାଲ ଠାରେ ତାଙ୍କୁ ଭର୍ତ୍ତି କରିଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଜଗତପୁର ପୁଲିସ ତାଙ୍କ ପରିବାର ଲୋକଙ୍କୁ ଖବର ଦେବାପରେ ପରିବାର ଲୋକେ ଶବ ଆଣିବାକୁ ସକ୍ଷମ ହେଉନଥିଲେ। ଏ ସମ୍ପର୍କରେ ଖବର ପାଇ ଲାଞ୍ଜିଗଡ଼ର ସମାଜସେବୀ ରାଜେନ୍ଦ୍ର ମାଳି ଏବଂ ଲାଞ୍ଜିଗଡ଼ ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ ବେଦାନ୍ତ କତୃପକ୍ଷଙ୍କୁ ଏ ସମ୍ପର୍କରେ ଜଣେଇବା ପରେ ବେଦାନ୍ତ ତରଫରୁ ଏକ ଆମ୍ବୁଲାନ୍ସ ଶବ ଆଣିବାକୁ ଯୋଗାଇ ଦିଆଯାଇଛି।

Omkar Vasthu
Omkar Vasthu


ବେଦାନ୍ତର ଡେପୁଟି ସିଇଓ ଜିଜି ପାଲଙ୍କ ତ୍ବାତବଧାନରେ ଏକ ଆମ୍ବୁଲାନ୍ସ କଟକ ଯାଇଥିବା ବେଳେ ଆଜି ସେଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବା ପରେ ଆମ୍ବୁଲାନ୍ସ ଯୋଗେ ଶବ ଘରକୁ ଫେରୁଛି ବୋଲି ତାଙ୍କ ପୁତୁରା ସୁଧିର ନାଏକ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.