ଉତ୍କଳ ଆଲୁମିନାରେ ସ୍ୱଚ୍ଛତା ଅଭିଯାନ ଆୟୋଜିତ

ରାୟଗଡା/କାଶିପୁର: ସ୍ୱଚ୍ଛ ଭାରତ ମିଶନ ନିମନ୍ତେ ସରକାରଙ୍କର ସ୍ପଷ୍ଟ ଆହ୍ୱାନ ମୁତାବକ ଏବଂ ଜଣଙ୍କର ପାରିପାର୍ଶ୍ବିକ ପରିବେଶରେ ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ ସଚେତନତାର ପ୍ରସାର କରିବାକୁ ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନାର ବାଫଲିମାଳି ଖଣି ପକ୍ଷରୁ ଭାରତୀୟ ଖଣି ବ୍ୟୁରୋ, ଭୁବନେଶ୍ୱର ନେତୃତ୍ୱରେ ଏକ ସ୍ୱଚ୍ଛତା ପକ୍ଷ ଆୟୋଜିତ ହୋଇଯାଇଛି । ୱାଲ ପେଣ୍ଟିଂ, ପଥପ୍ରାନ୍ତ ନାଟକ, ଶୋଭାଯାତ୍ରା, ପାରିପାର୍ଶ୍ୱିକ ଗ୍ରାମଗୁଡିକରେ ଥିବା ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜନ ଜରିଆରେ ସ୍ୱଚ୍ଛତାର ବାର୍ତ୍ତା ଯେଭଳି ତୃଣମୂଳ ସ୍ତରରେ ପହଞ୍ଚିପାରିବ ଏବଂ ପାରିପାର୍ଶ୍ୱିକ ଅଞ୍ଚଳ ବାହାରକୁ ପ୍ରସାରିତ ହୋଇପାରିବ ତାହା ସୁନିଶ୍ଚିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଜରିଆରେ ବାଫଲିମାଳି ଖଣି କର୍ତ୍ତୃପକ୍ଷ ପରିଷ୍କାର ଏବଂ ସୁସ୍ଥ ପରିବେଶ ବଜାୟ ରଖିବା ଦୂରଦୃଷ୍ଟି ଯେଭଳି ବାସ୍ତବତାରେ ପ୍ରତିଫଳିତ ହେବ ଏବଂ ସାଧାରଣ ଲୋକଙ୍କ ଜୀବନର ମାନରେ ବୃଦ୍ଧି ଘଟାଇବାକୁ ଏହାର ଆଗ୍ରହ ମୁତାବକ ହୋଇପାରିବ, ତାହା ସୁନିଶ୍ଚିତ କରିଥିଲେ ।

Omkar Vasthu
Omkar Vasthu


ଏହି କାର୍ଯ୍ୟକ୍ରମ ୧୫ ଦିନ ଧରି ଆୟୋଜିତ ହୋଇଥିଲା ଏବଂ ଏହି ଅବସରରେ ବାଫଲିମାଳି ଖଣିର ଟିମ୍‍ ନିକଟବର୍ତ୍ତୀ ଗ୍ରାମଗୁଡିକରେ ଥିବା ବିଦ୍ୟାଳୟଗୁଡିକୁ ପରିଦର୍ଶନ କରିବା ସହିତ ସେଠାରେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଜୀବନରେ ପରିଷ୍କାର ପରିଚ୍ଛନ୍ନତା କାର୍ଯ୍ୟକଳାପ ଆଗେଇନେବା ନିମନ୍ତେ ଉତ୍ସାହିତ କରିବା ସକାଶେ ଅନେକ ପ୍ରତିଯୋଗିତା ଆୟୋଜନ କରିଥିଲେ । ଏଥିସହିତ ସ୍ଥାନୀୟ ଗ୍ରାମବାସୀଙ୍କ ସହିତ ମିଶି ବାଫଲିମାଳି ଖଣି କର୍ମଚାରୀଗଣ କେତେକ ଆବାସିକ ଏବଂ କାର୍ଯ୍ୟାଳୟ ଅଞ୍ଚଳରେ ଝାଡୁ ମାରିବା ସହିତ ସେଗୁଡିକୁ ପରିଷ୍କାର କରିଥିଲେ ଏବଂ ଏହାଦ୍ୱାରା ସ୍ୱଚ୍ଛତାର ବାର୍ତ୍ତା ଆନ୍ତରିକତାର ସହିତ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରାଯିବା ନିଶ୍ଚିତ କରି ଦେଖାଇଥିଲେ ।

Pearl dental clinic
Near Ashish Medical Store, Bhawanipatna


କାର୍ଯ୍ୟକ୍ରମର ଉଦଯାପନ ଦିବସରେ ଶପଥ ପାଠ, ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପତାକା ବଣ୍ଟନ ଏବଂ ପୁରସ୍କାର ପ୍ରଦାନ ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଖଣି ମୁଖ୍ୟ ଶ୍ରୀ ମୁକେଶ ଝା, ଭୂତତ୍ତ୍ୱ ବିଭାଗ ମୁଖ୍ୟ ଶ୍ରୀ କେ ସି ଜ୍ୟୋତିଷି ଏବଂ ସିଏସଆର ମୁଖ୍ୟ ଡଃ. ଲୋପାମୁଦ୍ରା ପ୍ରିୟଦର୍ଶିନୀଙ୍କ ସଫଳ ମାର୍ଗଦର୍ଶନରେ ଆୟୋଜିତ ହୋଇଥିଲା । ଏହି ଅବସରରେ ପ୍ରକାଶ କରି ୟୁଏଆଇଏଲ ୟୁନିଟ ହେଡ ଶ୍ରୀ ମଜହର ବେଗ୍‍ ଏଭଳି ପ୍ରୟାସକୁ ପରିବ୍ୟାପ୍ତ କରିବା ନିମନ୍ତେ ଖଣି କର୍ତ୍ତୃପକ୍ଷଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ ଖଣି କର୍ମଚାରୀଗଣ ସେମାନଙ୍କର ପାରିପାର୍ଶ୍ୱିକ ପରିବେଶ ତଥା ସେମାନଙ୍କ ନିଜ ପରିବେଶରେ ସ୍ୱାସ୍ଥ୍ୟକର ଏବଂ ସ୍ୱଚ୍ଛ ପରିବେଶକୁ ପ୍ରୋତ୍ସାହିତ କରିବା ଦିଗରେ ପାରୁପର୍ଯ୍ୟନ୍ତ ଉଦ୍ୟମ କରିବାକୁ ନିବେଦନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଶ୍ରୀ ପ୍ରଦ୍ୟୁମ୍ନ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ ।

Udyog Nursery
Udyogi Nursery


ଏକ ଦାୟିତ୍ୱସଂପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ ତାହାର ପାରିପାର୍ଶ୍ୱିକ ଗ୍ରାମଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଦୀର୍ଘସ୍ଥାୟୀ ଜୀବିକା ଉପାଜର୍ନ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ସୃଷ୍ଟି ଆଦି କ୍ଷେତ୍ରରେ ନିଜର ସିଏସଆର କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଦିଗରେ ଗଭୀର ଭାବରେ ନିୟୋଜିତ ରହିଛି ଏବଂ ଏହା ସାମାଜିକ ପ୍ରସଙ୍ଗଗୁଡିକର ସମାଧାନ ପ୍ରତି ମଧ୍ୟ ଦୃଷ୍ଟି ଦେଉଛି । ମୋଟ ଉପରେ ୟୁଏଆଇଏଲ ଓଡ଼ିଶାର ୫୭ଟି ଗ୍ରାମରେ ନିୟୋଜିତ ରହିବା ସହିତ ୩୦ ହଜାରରୁ ଅଧିକ ଲୋକଙ୍କୁ ସେବା ଯୋଗାଉଛି ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.