🖋️ପଞ୍ଚାନନ ଜାଲ (ସୌରଭ)
ତୁମ ସ୍ପର୍ଶରୁ ମଲ୍ଲୀ ଫୁଟୁଛି
ତୁମ ହସରୁ ମଲ୍ଲୀର ବାସ୍ନା
ତୁମ କଥାରୁ ଝରୁଛି ମହୁ
ତୁମେ ରାଗିଗଲେ ଅନିୟନ୍ତ୍ରିତ ବନ୍ୟା।
ତୁମ ଚାହାଣୀରେ କି ମହନି
ଲାଯେଇ ଯାଏ ଲାଜକୁଲି ଲତା
ଏତେ ସୁନ୍ଦର କାହିଁକି ହେଲ
ଗଢିଲା କୋଉ ବିଧାତା।
ତମ କଜଳି ଦୁଇଆଖି ଢଳଢଳ କରି
କହିଯାଏ କେତେ କଥା
ଲାଜେଇ ଲାଜେଇ ଓଢଣୀ ଭିତରେ ଝଟକୁ ଥାଏ ମଥା।
ସୌରଭ ବୋଲି ଡାକ ତମେ ଯେବେ
ଭୁଲିଯାଏ ନାଁ ନିଜର
ତୁମର ଏ ଅତ୍ମୀୟତାଭରା ଚାହାଣୀରୁ
ନଜର ହଟେନି ଜମା ମୋହର।
ସୁରୁଜ ଢାଲେ ତା ସ୍ବର୍ଣ୍ଣରେଣୁ
ମୋ ପାଖେ ଥାଅ ଯେବେ ବସି
ଚନ୍ଦ୍ର ମଧ୍ୟ ମୁଲକି ହସେ
ଯେବେ ତମେ ଦିଅ ହସି।
ସ୍ବପ୍ନରେ ଆସି ନିଦ ଭାଙ୍ଗ ଯେବେ
ନିଦରେ ହୁଅ ମୁଁ ଘାରି
ପ୍ରେମ ଦୁନିଆକୁ ନେଇଯାଅ ତୁମେ
ହାତକୁ ମୋହର ଧରି।
କହିଚାଲ କେତେ ସୁଖଦୁଃଖ କଥା
ଶୁଣୁଥାଏ ମୁଁ ବସି
ତରଳ ତରଳ କଥାରେ ତୁମର
ହୃଦୟ ଯାଏ ମୋ ଖସି।
ତୁମ ପାଇଁ ଆଉ କ’ଣ ଲେଖିବି
ଲେଖିବସିଲେ ଲମ୍ବା କାହାଣୀ
ଯେତେ କହିଲେ ସରି ପାରିବ କି
ଆମ ପ୍ରେମ ଆତ୍ମକାହାଣୀ !