ଦୂର ହେବ ପଥର୍ଲା ଗାଁର ପାନୀୟଜଳ ସମସ୍ୟା

ପାଣି ଟାଙ୍କି ନିର୍ମାଣଧୀନ, ୪ମାସ ପରେ ପାନୀୟ ଜଳ ପାଇବେ ଗ୍ରାମବାସୀ

କେସିଙ୍ଗା, (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତର ପଥର୍ଲା ଓ କଲୋନୀପଡାରେ ନୂତନ ଭାବେ ପାନୀୟଜଳ ଯୋଗାଣ ପାଇଁ ଏକ ପାଣି ଟାଙ୍କି ନିର୍ମାଣଧୀନ ରହିଛି। ଏହି ଗ୍ରାମରେ ଲୋକମାନେ ପାନୀୟଜଳ ପାଇଁ ବହୁତ ହଇରାଣ ହେଉଛନ୍ତି। ଏହି ଗ୍ରାମରେ ୧୫ଶହରୁ ଉର୍ଦ୍ଧ୍ବ ଲୋକମାନେ ବସ ବାସ କରୁଛନ୍ତି। ଲୋକ ସଂଖ୍ୟା ଦୃଷ୍ଟିରୁ ଏଠି ୬ଟି ନଳ କୂଅ ରହିଛି। ନଳକୂଅ ଠାରୁ ଠିକ ଭାବେ ପାଣି ବାହାରୁ ନାହିଁ। ଗ୍ରାମର ମହିଳା ମାନେ ଭୋର ସକାଳୁ ନଳକୂଅରେ ଧାଡ଼ିବାନ୍ଧି ପାନୀୟଜଳ ସଂଗ୍ରହ କରି ଥାନ୍ତି।ଗାଧୋଇବାକୁ ହେଲେ ଅଧାକିମି ଦୂର ରେ ଅବସ୍ଥିତ ବାହାଦୁରପଦର ଗ୍ରାମର ପୋଖରୀକୁ ଯାଇ ଗାଧୋଇ ଥାନ୍ତି। ପାନୀୟଜଳ ସମସ୍ୟାକୁ ନେଇ କେସିଙ୍ଗା ବିଡ଼ିଓ ଏବଂ ଆର.ଡବ୍ଲୁ.ଏସ.ଏସ.ର ଯନ୍ତ୍ରୀଙ୍କ ନିକଟରେ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ଯନ୍ତ୍ରୀ ଦେବେନ୍ଦ୍ର କୁମାର ସେଠୀ ଗ୍ରାମକୁ ପରିଦର୍ଶନ କରି ଲୋକଙ୍କ ସହିତ ପାନୀୟଜଳ ବିଷୟରେ ଆଲୋଚନା କରି ସମସ୍ୟା ଦୂର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କେସିଙ୍ଗା ବିଡ଼ିଓଙ୍କ ନିର୍ଦ୍ଦେଶ କ୍ରମେ ଏକ କୋଟି ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପାଣିଟାଙ୍କି ନିର୍ମାଣଧୀନ ରହିଛି ଇନଟେକ ୱେଲ। ଉକ୍ତ ଗ୍ରାମର ଗ୍ରାମ ପଂଚାୟତ ନିକଟରେ ଥିବା ଓଭରହେଡ ପାଣି ଟାଙ୍କି ସହିତ ତେଲନଦୀ ନିକଟରେ ଏକ ଇନ ଟେକ ୱେଲ ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇଛି। ପାଇପ ଲାଇନ ସଂଯୋଗ କରିବା ପାଇଁ ସବୁ ପ୍ରକାର କାମ ଶେଷ ହେବାକୁ ବସିଲାଣି। ଏହି ପାଇପ ଲାଇନ ସଂଯୋଗ ହେଲେ କଲୋନୀପଡା ଓ ପଥର୍ଲା ଗ୍ରାମର ଲୋକମାନେ ପାନୀୟଜଳ ସମସ୍ୟାର ଦୂର ହେବ। ପାଇପଳାଇନ ସଂଯୋଗ ପାଇଁ ମଧ୍ୟ ଟେଣ୍ଡର ପ୍ରକ୍ରିୟା ସମ୍ପୁର୍ଣ୍ଣ ହେଇଛି। ଏହି ଗ୍ରାମର ଲୋକମାନେ ଓ ଗୃହ ପାଳିତ ପ୍ରାଣୀ ମାନଙ୍କୁ ପାନୀୟଜଳ ବହୁ କଷ୍ଟ ଭୋଗୁଛନ୍ତି। ଏ ସଂକ୍ରାନ୍ତରେ ଆର.ଡବ୍ଲୁ.ଏସ.ଏସ.ର ଯନ୍ତ୍ରୀ ଦେବେନ୍ଦ୍ର କୁମାର ସେଠୀଙ୍କୁ ପଚାରିବାରୁ ୩ରୁ ୪ମାସ ଭିତରେ ଲୋକଙ୍କୁ ପାନୀୟଜଳ ଯୋଗାଇ ଦିଆ ଯିବ ବୋଲି ପ୍ରକାଶ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.