ଜୀବେ ନିଷ୍ଠୁରତା ନିବାରଣ ସମିତିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ରାୟଗଡା, (ଶିବ ନାରାୟଣ ଗୈାଡ): ଜିଲ୍ଲାରେ ଜୀବେ ନିଷ୍ଠୁରତା ନିରୋଧ ନିମନ୍ତେ ଆଜି ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷରେ ଅନୁଷ୍ଠିତ ବୈଠକରେ ଜୀବଜନ୍ତୁ ପ୍ରତି ନିଷ୍ଠୁରତା ଓ ନିର୍ଯାତନ ହେଉଥିବାରୁ ଏହାକୁ ନିରାକରଣ କରିବା ନିମନ୍ତେ ଆଲୋଚନା କରାଯାଇଥିଲା। ଜୀବଜନ୍ତୁ ମାନଙ୍କର ସୁରକ୍ଷା ଓ ମଙ୍ଗଳ ନିମନ୍ତେ ଗଠିତ ଧାରା ୧୯୬୦ ଅନୁଯାୟୀ ଜୀବେ ନିଷ୍ଠୁରତା ନିରାକରଣ ଆଇନ କାର୍ଯ୍ୟକାରୀ କରିବା ପାଇଁ ରାୟଗଡା ଜିଲ୍ଲାରେ ପୂର୍ବରୁ ଗଠିତ କମିଟିର ପୁର୍ନଗଠନ କରାଯାଇଛି। ଏହି କମିଟିରେ ଜିଲ୍ଲାପାଳ, ରାୟଗଡା ଅଧ୍ୟକ୍ଷ ,ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ ସ୍ବାମୀ ନିର୍ତ୍ତରନନ୍ଦ ଗିରୀ ଦୁଇଜଣ ଉପାଧ୍ୟକ୍ଷ ରହିଥିବା ବେଳେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସମେତ କିଛି ସରକାରୀ ଅଧିକାରୀ, ଜଣେ ପ୍ରାଣୀ ଚିକିତ୍ସା କର୍ମଚାରୀ, ଜଣେ ଗୋସେବକ, ଜିଲ୍ଲା ପ୍ରାଣୀ ମଙ୍ଗଳ ସମିତର ଦୁଇଜଣ, ଜଣେ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡ଼ ସଦସ୍ୟ ରହିବେ। ଏହି ସମିତି ଜିଲ୍ଲାରେ ଜୀବେ ନିଷ୍ଠୁରତା ନିରାକରଣ କରିବା ପାଇଁ କାର୍ଯ୍ୟ କରିବେ। ଜିଲ୍ଲାରେ କିଛି ସ୍ଥାନରେ ଗୋରକ୍ଷା ଓ ଥଇଥାନ ନିମନ୍ତେ ସଦସ୍ୟ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଅନୁରୋଧ କରିଥିଲେ।

Omkar Vasthu
Omkar Vasthu


ଜିଲ୍ଲାରେ ସରକାରୀ ଜାଗା ମିଳୁ ନ ଥିବାରୁ ଜିଲ୍ଲା ସଦର ମହାକୁମାରେ ଗୋସେବା ଅସୁବିଧା ହେଉଥିବା ପ୍ରକାଶ କରିଥିଲେ। ଗୋରୁଗାଈ ବ୍ୟତୀତ କୁକୁର, ବିରାଡି ଭଳି ଜୀବଜନ୍ତୁ ମାନଙ୍କ ମଙ୍ଗଳ ମଧ୍ୟ ବିଚାର କରାଯାଉ ବୋଲି ଜିଲ୍ଲାପାଳ ଅନୁରୋଧ କରିଥିଲେ। ବ୍ଳକ ସ୍ତରରେ ସରକାରୀ ସ୍ଥାନ ନିରୂପଣ କରନ୍ତୁ ନଚେତ ବେସରକାରୀ ଜମି କିଣିକି ଆରମ୍ଭ କଲେ ମଧ୍ୟ ସରକାରୀ ସାହାଯ୍ୟ ମିଳିବ ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ କହିଥିଲେ। ପ୍ରାଣୀ ସେବା ପାଇଁ ଇଛୁକ ବ୍ୟକ୍ତି କିମ୍ଭା ଅନୁଷ୍ଠାନ ଆଗେଇ ଆସନ୍ତୁ ବୋଲି ଜିଲ୍ଲାପାଳ ବୈଠକରେ ଅନୁରୋଧ କରିଥିଲେ। ଏହି ବୈଠକରେ ସଦସ୍ୟମାନେ ସାଦସ୍ୟତା ସଂଗ୍ରହ କରିବାକୁ ଓ ପରିଚୟପତ୍ର ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ଏଣିକି ବାର୍ଷିକ ସଦସ୍ୟ ଚାନ୍ଦା ୨୦୦ ଟଙ୍କାରୁ ୩୦୦ଙ୍କୁ ବୃଦ୍ଧି କରାଯାଇଥିବା ବେଳେ ଆଜୀବନ ସଦସ୍ୟତା ପାଇଁ ୧୦ହଜାର ଟଙ୍କା କରଯାଇଛି। ସମସ୍ତ ସଦସ୍ୟଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଜିଲା ପଂଚାୟତ ଅଧିକାରୀ, ଆଂଚଳିକ ପରିବହନ ଅଧିକାରୀ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ଡ଼ଃ କେ ସଲଭା ରାଜୁ, ଡ଼ଃ. ସୂର୍ଯ୍ୟନାରାୟଣ ତ୍ରିପାଠୀ, ଜୀବେ ନିଷ୍ଠୁରତା ନିବାରଣ ସମିତିର ସଦସ୍ୟ ସୁବୋଧ ପ୍ରଧାନ, ଗୋପାଳ ଚନ୍ଦ୍ର ପାଢି, ପ୍ରଭାତ କୁମାର ମହାପାତ୍ର, ରମେଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.