ଶାନ୍ତିବନରେ ମୁଡିଙ୍ଗ ପଞ୍ଚାୟତର ଗ୍ରାମୀଣ ପାର୍କ ଲୋକାର୍ପିତ

କଳାହାଣ୍ଡି, (ହେମନ୍ତ ସାହୁ): ମ.ରାମପୁର ବ୍ଲକ ମୁଡ଼ିଙ୍ଗ ଗ୍ରାମ ପଂଚାୟତର ଶାନ୍ତିବନଠାରେ ନବନିର୍ମିତ ଶାନ୍ତିବନ ଗ୍ରାମୀଣ ପାର୍କ ଆଜି ଲୋକାର୍ପିତ ହେଇଯାଇଛି । ମୁଡିଙ୍ଗ ସରପଂଚ ଟଙ୍କଧର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ଜିଲ୍ଲା ପରିଷଦ ସଭ୍ୟ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ମ.ରାମପୁର ପଂଚାୟତ ସମିତି ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡା, ମ.ରାମପୁର ବିଡ଼ିଓ ଉତ୍ତମ କୁମାର ବାଗ, ପଂଚାୟତ ନିର୍ବାହୀ ଅଧିକାରୀ ବିଜୟ କୁମାର ସାମଲ, ସହକାରୀ ଯନ୍ତ୍ରୀ ନିହାର ରଂଜନ ମାଝୀ, କନିଷ୍ଠଯନ୍ତ୍ରୀ କୀର୍ତ୍ତି ରଂଜନ ବେହେରା ପ୍ରମୁଖ ସମ୍ମାନୀତ ଅତିଥିଭାବରେ ଯୋଗଦେଇଥିଲେ । ମଂଚ ପରିଚାଳନା କରିଥିଲେ ଲଳିତ ଭୋଇ । ଅତିଥିମାନେ ଚିରସ୍ରୋତା ଉତ୍ତଇ ନଦୀର କୋଳରେ ତଥା ପୂର୍ବରୁ ଶାନ୍ତିବନ ଭାବରେ ପରିଚିତି ଲାଭ କରିଥିବା ଏହି ପ୍ରାକୃତିକ ପରିବେଶରେ ଗ୍ରାମୀଣ ଉଦ୍ୟାନ ପାର୍କର ପରିକଳ୍ପନାକୁ ଉଚ୍ଚ ପ୍ରଶଂସା କରିବା ସହିତ ଅଂଚଳବାସୀ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ପଂଚାୟତର ୱାର୍ଡ଼ ସଭ୍ୟ/ସଭ୍ୟା ଓ କର୍ମଚାରୀବୃନ୍ଦ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.