ଆକସ୍ମିକ ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ

କେସିଙ୍ଗା, (ମଧୁସୂଦନ ଠାକୁର): କେସିଙ୍ଗା ଅଗ୍ନିଶମ ବିଭାଗ ପକ୍ଷରୁ କାଣ୍ଡେଲ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୈଣସି କାରଣରୁ ହଠାତ୍ ନିଆଁ ଲାଗିଲେ କିଭଳି ଏହାକୁ ଆୟତ୍ତ କରାଯାଇ ଏହାକୁ ସୁରକ୍ଷିତ ରଖାଯାଇ ପାରିବ ସେନେଇ ଏହି ମକଡ୍ରିଲ କରାଯାଇଛି । ଯେଉଁଥିରେ କେସିଙ୍ଗା ଅଗ୍ନିଶମ ବିଭାଗର ଏସଓ ସୁବାସ ଚନ୍ଦ୍ର ଭୋଲ, ଏଲଏମ୍ଏଫ୍ ମାଧବ ତାଣ୍ଡି, ଡ୍ରାଇଭର ଜିତେନ୍ଦ୍ର ଯାନୀ, ଆଗ୍ନିକ ରାଧେଶ୍ୟାମ ପ୍ରଧାନୀ, ବିଜୁ ଭୋଏ, ବ୍ୟାସଦେବ ବିଶି ଓ ସୁମନ୍ତ ଭୋଇ ଯୋଗଦେଇ ବ୍ୟସ୍ତ ବହୁଳ ସମୟରେ ନିଆଁକୁ କିପରି ଆୟତ୍ତ କରାଯିବ ସେନେଇ କାଣ୍ଡେଲ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀମାନଙ୍କୁ ନିଆଁ ଲିଭା କୈଶଳ ଶିକ୍ଷା ଦେଇଥିଲେ ।

ଆପତ କାଳୀନ ସମୟରେ କିପରି ଧର୍ଯ୍ୟର ସହିତ କାର୍ଯ୍ୟ କରାଯାଇପାରିବ ଏବଂ ଲୋକଙ୍କୁ ସୁରକ୍ଷିତ ରଖାଯାଇ ପାରିବ ତା’ର ପ୍ରଦର୍ଶନ କରିଥିଲେ ଦମକଳବାହିନୀ । କାଣ୍ଡେଲ ଡାକ୍ତର ଖାନା ଡାକ୍ତର ହରେକୃଷ୍ଣ ଧଳ, ଆୟୁଷ ଡାକ୍ତର ପ୍ରତିଭା ରାୟ, କର୍ମଚାରୀ ବିକାଶ ଦାସ, ବିକ୍ରମ ସୁନା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.