୭ ଦଫା ଦାବି ନେଇ ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

କେସିଙ୍ଗା, (ମଧୁସୂଦନ ଠାକୁର): ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ପକ୍ଷରୁ କେସିଙ୍ଗା ଠାରେ ଜମାକାରୀ ଗଣ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ରାଜ୍ୟ ସଭାପତି ଜୟନ୍ତ ଦାସ, ସମ୍ପାଦକ ମଧୁସୁଦନ ବିଶ୍ଵାଳ, ଯୁଗ୍ମ ଆବାହିକା ଅନୁରାଧା ସୁବୁଦ୍ଧି, ରାଜ୍ୟ ଉପ ସଭାପତି ବିଭୁଦତ୍ତ ମିଶ୍ର, କେସିଙ୍ଗା ବ୍ଲକ ସଭାପତି ରଞ୍ଜିତ ହେର୍ନା, ସଂଯୋଜକ ଲଳିତ ଦୀପଙ୍କ ସହ କ୍ଷତିଗ୍ରସ୍ତ ଜମାକାରୀ ମାନେ ଏକ ବିଶାଳ ପଦଯାତ୍ରାରେ କେସିଙ୍ଗା ଜଗନ୍ନାଥ ମନ୍ଦିରରୁ ବାହାରି ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ କେସିଙ୍ଗା ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ୭ ଦଫା ସମ୍ମିଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ପକ୍ଷରୁ ପ୍ରଦତ୍ତ ହୋଇଥିବା ଦାବି ଗୁଡ଼ିକ ହେଉଛି – ଓଡ଼ିଶାର ସମସ୍ତ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ତହସିଲ ଜରିଆରେ ଯୁଦ୍ଧ କାଳୀନ ଭିତ୍ତିରେ ଚିହ୍ନଟ କରାଯାଉ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସମସ୍ତ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ତୁରନ୍ତ ଜମା ଟଙ୍କା ଫେରସ୍ତ । ମୋକଦ୍ଦମା ପଞ୍ଜିକରଣ ସହ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ବିଚାର ଶେଷ କରି ଜମାକାରୀଙ୍କ ଜମା ଟଙ୍କା ଫେରସ୍ତ କରାଯାଉ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ମଞ୍ଚକୁ କେଉଁ କମ୍ପାନୀର କେତେ ସମ୍ପତ୍ତି ଜବତ କରାଯାଇଛି ଏବଂ ସେହି ସମ୍ପତ୍ତିରୁ କେତେ ପଇସା ଆସିଛି ତଥ୍ୟ ପ୍ରଦାନ କରନ୍ତୁ। ମାନ୍ୟବର ସୁପ୍ରିକୋର୍ଟଙ୍କ ରାୟ ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିଥିବା ସମ୍ପତ୍ତିରୁ ମଧ୍ୟ ଜମାକାରୀଙ୍କୁ ଜମା ଟଙ୍କା ଫେରସ୍ତ ବ୍ୟବସ୍ତା କରାଯାଉ । ସାହାରା କମ୍ପାନୀ ବର୍ଷ ବର୍ଷ ଧରି ଜମାକାରୀଙ୍କ ପରିପକ୍ଵ ରାଶି ଫେରାଉ ନାହିଁ ତେଣୁ ଜମାକାରୀଙ୍କ ଜମା ଟଙ୍କାର ସୁରକ୍ଷା ବ୍ୟବସ୍ଥା କରାଯାଉ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.