PROCESS MATTERS କଳା ଶିବିର ଅନୁଷ୍ଠିତ

ନୂଆଦିଲ୍ଲୀ: ଇଷ୍ଟର୍ନ ଫାଉଣ୍ଡେସନ ଅଫ ଆର୍ଟ ଏଣ୍ଡ କଲଚର ଦ୍ୱାରା ଆୟୋଜିତ “PROCESS MATTERS” ଶୀର୍ଷକ କଳା ଶିବିର ଉଭୟ ଅଫଲାଇନ୍ ଓ ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଅଫଲାଇନରେ ୮ଜଣ ଶିଳ୍ପୀ ଓ ଅନଲାଇନରେ ୧୬ ଜଣ ଶିଳ୍ପୀ ଭାଗ ନେଇଛନ୍ତି। ଅଫଲାଇନ କଳା ଶିବିର ଯୋଧପୁର ସ୍ଥିତ ରାଜମାତା କୃଷ୍ଣ କୁମାରୀ ବାଳିକା ବିଦ୍ୟାଳୟର ଚାରୁକଳା ବିଭାଗରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ସଦସ୍ୟ ୟଥିସ କସାରଗଡ଼ ପରିଚାଳନା କରିଥିଲେ।

Omkar Vasthu
Omkar Vasthu


ଅନଲାଇନ୍ କଳା ଶିବିର ବେବିନାର ମାଧ୍ୟ୍ୟମରେ ୧୭ ଜଣ ଅଂଶ ଗ୍ରହଣକାରୀ ଭାରତର ବିଭିନ୍ନ ସହରରୁ ଭାଗ ନେଇଥିଲେ। ଏହି କଳାଶିବିର ୨୮ ଡିସେମ୍ବର ୨୦୧୧ ସକାଳ ୯ଟାରେ ଆରମ୍ଭ ହୋଇ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଚାଲିଥିଲା।୨୦୨୧ ମସିହାରେ ସମଗ୍ର ବିଶ୍ୱ ଅନେକ ସମସ୍ୟାରେ ସମ୍ମୁଖୀନ ହୋଇଥିଲା। ତେଣୁ ପ୍ରତ୍ୟେକ ଅଂଶଗ୍ରହଣକାରୀ କଳାକାର ନିଜର ଅନୁଭୂତିକୁ ଦୃଶ୍ୟକଳା ମାଧ୍ୟମରେ ପ୍ରକାଶ କରିବାକୁ ଚେଷ୍ଟା କରିଛନ୍ତି ଏହି କଳା ଶିବିରର ଶିଳ୍ପୀମାନେ ବିଭିନ୍ନ ଶୈଳୀ ଓ ବିଭିନ୍ନ ଧାରଣାରେ ଅଭିନବ ଉପାୟରେ ପରିପ୍ରକାଶ କରିବାକୁ ପ୍ରୟାସ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna


ସେହିପରି ଚିତ୍ରକରମାନେ କହିଛନ୍ତି ଯେ, ଏହି କଳାଶିବିର ଆମପାଇଁ ପ୍ରେରଣା ହୋଇ ରହିବା ସଙ୍ଗେ ସଙ୍ଗେ ଆଗାମୀ ବର୍ଷରେ ପରିବର୍ତ୍ତନ ଆସିବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଅଫଲାଇନ୍ କଳା ଶିବିର ରେ ଅଜୟ ସିଂ ରାଜପୁରୋହିତ, ଦେବବ୍ରତ ଦେ, କେଶବ ବର୍ଣ୍ଣଟି , ପବିତ୍ର ଦତ୍ତ, ପ୍ରଦୀପ୍ତ କିଶୋର ଦାସ, ରଞ୍ଜନା ଜଂଗୀଡ, ଟିକମ ଖଣ୍ଦପ୍ପା, ୟତ୍ହୀଶ କାସରଗଡ଼ ଏବଂ ଅନଲାଇନ୍ କଳାଶିବିର ବାଲେଶ୍ୱରରୁ ଅବନିନ୍ଦ୍ର କର, ଅର୍ଚ୍ଚନା ଜେନା, ଆର୍ଯ୍ୟପ୍ରଜ୍ଞା ବାସବଦତ୍ତା, ଦିଲୀପ ମଲିକ, ସଙ୍ଗୀତ ସାମନ୍ତରାୟ, କିଶୋର ନାୟକ, ନୃସିଂହ ଚରଣ ଓଝା, ମୟୁରଭଞ୍ଜରୁ ସମେରେନ୍ଦ୍ର ବେହେରା, ଭୁବନେଶ୍ୱରରୁ ପ୍ରୀତମ ନାୟକ, ଶତ୍ରୁଘ୍ନ ସାହୁ, ବୋକାରରୁ କାମିନୀକାନ୍ତ ସ୍ୱାଇଁ, ଦିଲ୍ଲୀରୁ ସୁଧାକର ସେଠି, ଲଖନଉରୁ ରଘୁନାଥ ଜେନା, ମୁଜ଼ାଫରନଗରରୁ ଅଜିତ ମାନ୍ନା, ସୁମୀୟା ସଫି, ମୟଙ୍କ ସାଇନି, ଭୋପାଲରୁ ସ୍ଵାତି ଜୈନ ପ୍ରଭୃତି ଅଂଶ ଗ୍ରହଣ କରିଥିଲେ।

Udyog Nursery
Udyogi Nursery


ରାଜମାତା କୃଷ୍ନକୁମାରୀ ବିଦ୍ୟାଳୟର ଅଧକ୍ଷ୍ୟା ଶ୍ରୀମତୀ ନୀରା ସିଂ ସମସ୍ତ କଳାକୃତିର ଉଚ୍ଚପ୍ରସଂଶା କରିଥିଲେ ଏବଂ ଶେଷରେ ଉପସ୍ଥିତ ଅଫଲାଇନ୍ ରେ ଅଂଶଗ୍ରହଣକାରୀ କଳାକାର ମାନଂକୁ ମାନପତ୍ର, ସ୍ମୃତିଫଳକ ଦେଇ ସମ୍ମାନିତ କରିଥିଲେ।

ଫାଉଣ୍ଡେସନର ସଭାପତି ପ୍ରଦୀପ୍ତ କିଶୋର ଦାସ ସମସ୍ତ ପ୍ରତିଭାଗୀ କଳାକାରଙ୍କୁ ଧନ୍ୟବାଦ ଦେବା ସହିତ ଏହି ଆର୍ଟକ୍ୟାମ୍ପରେ ଶିଳ୍ପୀମାନଙ୍କଦ୍ୱାରା ସୃଷ୍ଟି କଳା ବହୁ ଉଚ୍ଚକୋଟୀର ଥିଲା ଓ ଏହି ଶିବିର ଏକ ସକାରତ୍ମକ ଚିନ୍ତାଧାରା ସୃଷ୍ଟିକରିଛି ବୋଲି କହିଥିଲେ ଏବଂ ଶେଷରେ ନୂଆବର୍ଷର ଶୁଭ କାମନା କରିଥିଲେ।


ସନ୍ଧ୍ୟାରେ ଗୁଗଲ ମିଟ ମାଧ୍ୟମରେ କଳାକାର ମାନଙ୍କଦ୍ୱାରା ନିର୍ମିତ କଳା ଉପରେ ସମସ୍ତେ ଚର୍ଚା କରିଥିଲେ, ଆଗମୀଦିନରେ ଶିଳ୍ପୀମାନଙ୍କ ପାଇଁ ବହୁ କାର୍ଯ୍ୟକ୍ରମ ବିଷୟରେ ଇଷ୍ଟର୍ନ ଫାଉଣ୍ଡେସନ ତରଫରୁ ସମ୍ୟକ ସୂଚନା ଦିଆଯାଇଥିଲା। ଫାଉଣ୍ଡେସନ ସଦସ୍ୟ ଦିଲୀପ ମଲିକ କଳା ସୃଷ୍ଟିରେ ପ୍ରକ୍ରିୟାର ଗୁରୁତ୍ୱ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ସମ୍ପାଦକ ନୃସିଂହ ଚରଣ ଓଝା ସମସ୍ତ କଳାକାର, କଳାପ୍ରେମୀ ଓ ଗଣମାଧ୍ୟମକୁ ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.