କଳାହାଣ୍ଡି, (ନରୋତ୍ତମ ସେଲମା): ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲର ଆଜି ଶେଷ ଦିବସରେ କର୍ଲାମୁଣ୍ଡା ବ୍ଲକରେ ସର୍ବମୋଟ ୧୨୭ ଜଣ ପ୍ରାର୍ଥି ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ୱାର୍ଡମେମ୍ବର ପଦବୀ ପାଇଁ ଆଜି ୯୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ସମିତିସଭ୍ୟ ପାଇଁ ଆଜି ୧୮ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଜି ସରପଞ୍ଚ ପାଇଁ ୧୭ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜିକୁ ମିଶାଇ ସରପଞ୍ଚ ପାଇଁ ୫୧ ଜଣ, ୱାର୍ଡମେମ୍ବର ପାଇଁ ୨୫୨ ଜଣ ଓ ସମିତି ସଭ୍ୟ ପାଇଁ ୫୬ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା କର୍ଲାମୁଣ୍ଡା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।