ବିଶ୍ଵନାଥପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ଯୁବରାଜ ମାଝୀ

ଲାଞ୍ଜିଗଡ଼: ବିଶ୍ଵାନାଥପର ଗ୍ରାମ ପଞ୍ଚାୟତର ବିକାଶ ସ୍ୱପ୍ନ ନେଇ ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମଇଦାନରେ ପାଦ ଦେଇଛନ୍ତି ଜଣେ ଯୁବକ। ସେ ହେଉଛନ୍ତି ବିଶ୍ଵନାଥପୁର ଗ୍ରାମ ପଞ୍ଚାୟତ ଇଯୁରୂପା ଗାଁର ଯୁବରାଜ ମାଝୀ। ବିଶ୍ବନାଥପୁର ସରପଞ୍ଚ ପଦବୀ ଆସନ ପାଇଁ ଆଜି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ବର୍ତ୍ତମାନ ଲାଞ୍ଜିଗଡ଼ ବ୍ଲକରେ ରାଜନୈତିକ ପାଣିପାଗ ସରଗରମ ରହିଥିବାବେଳେ ବିଶ୍ବନାଥପୁର ସରପଞ୍ଚ ପଦବୀ ପାଇଁ ଲଢେଇକୁ ଅବତିର୍ଣ୍ଣ ହୋଇଥିବା ଏହି ଯୁବନେତାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.