ପୂଜ୍ୟପୂଜକ ବାବା ବଳିଆଙ୍କୁ ପଦ୍ମ ସମ୍ମାନ

ଭୁବନେଶ୍ବର, (କାଦମ୍ବିନୀ ପତ୍ରୀ): ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଘୋଷଣା ହୋଇଛି ସମ୍ମାନଜନକ ପଦ୍ମ ପୁରସ୍କାର ।ଓଡ଼ିଶାର ୬ ଜଣଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିଥିବା ବେଳେ ୧ ଜଣକୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ଭାରତ ସରକାରଙ୍କ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପୂର୍ବରୁ ସମ୍ମାନଜନକ ପଦ୍ମ ପୁରସ୍କାର ଓ ପଦ୍ମ ବିଭୂଷଣ ଘୋଷଣା କରାଯାଇଛି। କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ତାଲିକା ଅନୁସାରେ ସମାଜ ସେବା ପାଇଁ ଶ୍ରୀମଦ ବାବା ବଳିଆଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଥିବା କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭକ୍ତିମାର୍ଗର ସନ୍ଥ, ସନାତନ ଧର୍ମ ପ୍ରଚାରକ କର୍ମଯୋଗୀ ପୂଜ୍ୟପୂଜକ ବାବା ବଳିଆଙ୍କୁ ପଦ୍ମଶ୍ରୀ ଘୋଷଣା କରାଯିବା ପରେ ସମଗ୍ର ଓଡ଼ିଶା ତଥା ଜଗତସିଂହପୁର ଜିଲ୍ଲାବାସୀ, ବଳିଆଙ୍କ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ବଳିଆ ସମ୍ବୋଧନ ଯୋଗୁଁ ସେ ବଳରାମ ଦାସ ନାମରୁ ବାବା ବଳିଆ ଭାବେ ସବୁଠି ପରିଚିତ। ନାମାଚାର୍ଯ୍ୟ ବାବା ବାୟାଙ୍କୁ ନିଜର ମାନସ ଗୁରୁ ଭାବେ ଗ୍ରହଣ କରି ଠାକୁର ନିଗମାନନ୍ଦ ସଂପ୍ରଦାୟରୁ ସେ ଦୀକ୍ଷା ଗ୍ରହଣ କରିଥିଲେ। ଏହାପରେ ଗଣେଶ ଦାସ ମହରାଜଙ୍କଠାରୁ ଭେକ ଗ୍ରହଣ କରି ସନ୍ନ୍ୟାସ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଗୌଡ଼ୀୟ ବୈଷ୍ଣବ ଭାବେ ଜୀବନଯାପନ କରୁଛନ୍ତି। ଅତି ସାଧାରଣ ମଣିଷର ଜୀବନ ପ୍ରଣାଳୀ ସହ ସମସ୍ତଙ୍କ ସୁଖଦୁଃଖରେ ଛିଡ଼ା ହେଉଛନ୍ତି। ଘର ପରିବାର ଛାଡ଼ି ମାତ୍ର ୧୭ ବର୍ଷରୁ ସମାଜରୁ ଅନ୍ଧବିଶ୍ବାସ, କୁସଂସ୍କାର ବିରୋଧରେ ସ୍ବର ଉତ୍ତୋଳନ କରି ଆସୁଛନ୍ତି ସେ। ବାବା ବଳିଆଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବା ପରେ କେବଳ ତିର୍ତୋଲ ଅରିଲୋ ଅଞ୍ଚଳ ନୁହେଁ ସମଗ୍ର ଜିଲ୍ଲାବାସୀ ବେଶ୍ ଖୁସି ହୋଇଯାଇଛି। ପ୍ରତିକ୍ରିୟାର ବାବା ବଳିଆ ଯାହା କହିଛନ୍ତି,‘ ପଦ୍ମଶ୍ରୀ ସମ୍ମାନ ପାଇଁ ଆଜି ମୁଁ ବେଶ ଆନନ୍ଦିତ ଓ ଉତ୍ସାହିତ। ଏହି ସମ୍ମାନ ମୋତେ ମୋ କାମ କରିବାରେ ଅଧିକ ଉତ୍ସାହିତ କରିବେ। ମୁଁ ସର୍ବଦା କାମରେ ବିଶ୍ବାସ କରେ। କଥା କହି ମୁଁ ନିଜର ପରିଚୟ ସୃଷ୍ଟି କରିନାହିଁ।’

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.