ପ୍ରଚାର ମଇଦାନରେ ରୁପ୍ରା ସମିତି ସଭ୍ୟ ପ୍ରାର୍ଥୀନୀ ସୁଲୋଚନା ପଟ୍ଟନାୟକ

● ତିତକେଲା ଗାଁର ଘରକୁ ଘର ଯାଇ କଲେ ଭୋଟ ଭିକ୍ଷା 

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଏକ ସଂସ୍କୃତି ସଂପନ୍ନ ଗାଁ ତିତକେଲାରେ ଆଜି ଭୋଟ ଭିକ୍ଷା କରିଛନ୍ତି ରୁପ୍ରା ସମିତି ସଭ୍ୟ ପ୍ରାର୍ଥୀନୀ ସୁଲୋଚନା ପଟ୍ଟନାୟକ । ସରକାରଙ୍କ କୋଭିଡ ଗାଇଡ ଲାଇନ ଅନୁସରଣ ପୂର୍ବକ ସେ ତିତକେଲା ଗାଁର ଘରକୁ ଘର ଯାଇ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ଶ୍ରୀମତୀ ପଟ୍ଟନାୟକ ସ୍ବାମୀ ହରଦେବ ପଟ୍ଟନାୟକ ଏବଂ ଅଳ୍ପ ସଂଖ୍ୟକ ସହଯୋଗୀଙ୍କ ସହ ଏହି ପ୍ରଚାର ଅଭିଯାନ ଜାରି ରଖିଛନ୍ତି । ସୁଲୋଚନାଙ୍କ ନିର୍ବାଚନୀ ଚିହ୍ନ ‘ତାଲା ଚାବି’ ରହିଥିବାରୁ ଏହି ଚିହ୍ନରେ ମୋହର ମାରି ତାଙ୍କୁ ଜୟଯୁକ୍ତ କରିବାକୁ ସେ ଭୋଟର୍ସ ମାନଙ୍କୁ ବିନିତ ଅନୁରୋଧ କରିଛନ୍ତି । ଜଣେ ନାରୀନେତ୍ରୀ ଭାବେ ସୁଲୋଚନାଙ୍କ ସୁଖ୍ୟାତି ରହିଥିବାରୁ ଜନ ସାଧାରଣ ତାଙ୍କୁ ସମର୍ଥନ କରୁଥିବା ଜଣାପଡିଛି । ସୁଲୋଚନାଙ୍କ ପରି ପ୍ରତିନିଧି ନିର୍ବାଚିତ ହେଲେ ରୁପ୍ରା ପଞ୍ଚାୟତର ବିକାଶ ଧାରା ଆହୁରି ଆଗକୁ ବଢି ପାରିବ ବୋଲି ଅଞ୍ଚଳର ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.