କର୍ଲାମୁଣ୍ଡାରେ ସରକାରୀ ଆଇଟିଆଇ ଖୋଲିବାକୁ ଉଠିଲା ଦାବି

ଓଡ଼ିଆ ବାର୍ତ୍ତା/ କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ଲକ ‘କର୍ଲାମୁଣ୍ଡା’ରେ ସରକାରୀ ଆଇଟିଆଇ ପ୍ରତିଷ୍ଠା ପାଇଁ ପ୍ରବଳ ଦାବି ହେଉଛି। ଜିଲ୍ଲାର ଭବାନୀପାଟଣା ଠାରେ ଏକ ସରକାରି ଆଇଟିଆଇ ଥିବାବେଳେ କର୍ଲାମୁଣ୍ଡାରୁ ଭବାନୀପାଟଣାର ଦୂରତା ୬୫ କିମି ରହିଛି। ଏପଟେ କର୍ଲାମୁଣ୍ଡା, ନର୍ଲା, ମ.ରାମପୁର ଓ କେସିଙ୍ଗା ଅଞ୍ଚଳ ପାଖରେ ଆଇଟିଆଇ ନାହିଁ। ତେଣୁ ଏହି ଅଞ୍ଚଳର ଛାତ୍ରଛାତ୍ରୀମାନେ ଭବାନୀପାଟଣା ଯାଇ ଶିକ୍ଷା ଗ୍ରହଣ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ କର୍ଲାମୁଣ୍ଡାରେ ଆଇଟିଆଇ ପ୍ରତିଷ୍ଠା ହେଲେ ଉପରୋକ୍ତ ଅଞ୍ଚଳର ଶିକ୍ଷାର୍ଥୀମାନେ ଉପକୃତ ହୋଇ ପାରିବେ।କର୍ଲାମୁଣ୍ଡା ବ୍ଲକରେ ସରକାରୀ ଆଇଟିଆଇ ପ୍ରତିଷ୍ଠା ପାଇଁ ସରଗୁଲ ମାଲପଡା ଗ୍ରାମର ଯୁବରାଜ ସାହୁ ଏବଂ ପ୍ରଶାନ୍ତ ସାହୁ ଗତବର୍ଷ ଜାନୁଆରୀ ୧୮ରେ ଭବାନୀପାଟଣା ଠାରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ। ତେବେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରିନାହିଁ। ତେଣୁ ରାଜ୍ୟ ସରକାର କର୍ଲାମୁଣ୍ଡାରେ ଏକ ଆଇଟିଆଇ ପ୍ରତିଷ୍ଠା କରିବାକୁ ଅଞ୍ଚଳବାସୀଙ୍କ ସମେତ ଯୁବରାଜ ସାହୁ, ତପୀନ୍ଦ୍ର ସାହୁ ପ୍ରମୁଖ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.