ସରିଲା ତୃତୀୟ ପର୍ଯ୍ୟାୟ ମତଦାନ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରାଜ୍ୟରେ ପାଞ୍ଚୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନର ମତଦାନ । ଆଜି (୨୦ ଫେବୃଆରୀ) ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ରାଜ୍ୟର ୨୯ ଟି ଜିଲ୍ଲାର ୬୩ ଗୋଟି ବ୍ଲକରେ ନିର୍ବାଚନ ହେଇଛି । ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଯଥାକ୍ରମେ ଫେବୃଆରୀ ୧୬ ଓ ୧୮ରେ ଅନୁଷ୍ଠିତ ହୋଇଥିଲା । ଏ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୨୦୦ ଟି ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୧୮୬ଟି ଜିଲ୍ଲାପରିଷଦ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି । ତୃତୀୟ ପର୍ଯ୍ୟାୟରେ ୧୩୮୨ଟି ଗ୍ରାମ ପଞ୍ଚାୟତରେ ୧୭୧ଟି ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନ ହେଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.